ଫୁଲବାଣୀ : ଫୁଲବାଣୀ ସଦର ଥାନା ଅଞ୍ଚଳରେ ଜଣେ ଚାରି ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଗିରଫ ହୋଇଛନ୍ତି। ଗତ ୨୨ ତାରିଖରେ ଶିଶୁଟି ନିଜ ଘର ଆଗରେ ଖେଳୁଥିବା ବେଳେ ମା' ଘର ପଛପଟେ କାମରେ ବ୍ୟସ୍ତ ଥିଲେ। ଏହାର ସୁଯୋଗ ନେଇ ସେହି ଗ୍ରାମର ଜଣେ ବୃଦ୍ଧ ତଥା ଅବସରପ୍ରାପ୍ତ ଶିକ୍ଷକ ସୁବର୍ଣ୍ଣ ମଲିକ(୬୪) ଶିଶୁକୁ ଟିକେ ଦୂରକୁ ଡାକି ନେଇ ତା' ସହ ଦୁଷ୍କର୍ମ କରିଥିଲେ।
ଶିଶୁଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଜମା ହୋଇ ଯାଇଥିଲେ। ଘଟଣାସ୍ଥଳରେ ମଧ୍ୟ ଶିଶୁର ମା' ପହଞ୍ଚି ପାଟି କରିବାରୁ ଶିକ୍ଷକ ଜଣକ ସେଠାରୁ ଦୌଡ଼ି ଚାଲି ଯାଇଥିଲା। ପୀଡ଼ିତା ଶିଶୁର ମା' ଏହା ପରେ ଫୁଲବାଣୀ ସଦର ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/rape.jpg)