ବାଇକ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ନିକଟ ରଣଜିତପୁର ଗ୍ରାମର ଶିକ୍ଷକ ଥବିର ମେହେର (୪୨)ଙ୍କ ଗୁରୁବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ନିଜ ବାଇକରେ ପାଇକମାଳରୁ ଘର ରଣଜିତପୁର ଯାଉଥିବା ବେଳେ ପାଇକମାଳ ଭାଟିପଡା ନିକଟରେ ଥିବା ପୋଲ ମଝି ବାଡାରେ ପିଟି ହୋଇଥିଲେ। ତାଙ୍କର କୌଣସି ସ୍ଥାନରେ କ୍ଷତ ହୋଇନଥିଲେ ବି ସେ ଚେତା ସୂନ୍ୟ ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ପାଇକମାଳ ଚିକିତ୍ସାଳୟ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପଦ୍ମପୁରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେ ରଣଜିତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ।

ସମ୍ବନ୍ଧିତ ଖବର