ବିଇଓଙ୍କ କାର୍ଯ୍ୟାଳୟର କିରାଣୀଙ୍କୁ ଚପଲରେ ପିଟି ଶିକ୍ଷୟିତ୍ରୀ ଥାନାରେ ଅଟକ

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରୋହିତ କୁମାର ନାଥ ଅଫିସ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଦିନ ପ୍ରାୟ ସାଢ଼ ୧୦ଟା ବେଳେର କାବୁଲିପାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ କୌଣସି କାରଣ ନ ଥାଇ ଅଫିସରେ ପଶି ତାଙ୍କୁ ଚପଲରେ ପିଟିିଥିବା ଅଭିଯୋଗ ହୋଇଛି। ଏ ନେଇ ଶ୍ରୀ ନାଥଙ୍କ ଅଭିଯୋଗ କ୍ରମେ ଅନୁଗୁଳ ମଡେଲ ଥାନା ପୁଲିସ ଅଭିଯୁକ୍ତ ଶିକ୍ଷ୍ରୟିତ୍ରୀ ଶ୍ରୀମତୀ ବିଶ୍ୱାଳଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର