ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଧରମପୁର ଗ୍ରାମରେ ଶନିବାର ମଧ୍ୟାହ୍ନରେ ପୋଖରୀରେ ବୁଡ଼ି ଜଣେ କନିଷ୍ଠ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଶିକ୍ଷକ ହେଲେ ଧରମପୁର ଗ୍ରାମର ଧରଣୀଧର ପ୍ରଧାନଙ୍କ ପୁଅ ପ୍ରଶନ୍ନ ପ୍ରଧାନ (୩୬)। ସେ ମଧ୍ୟାହ୍ନରେ ନିକଟସ୍ଥ ରାଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଅଚାନକ ପାଣି ପିଇ ବୁଡ଼ି ଯାଇଥିଲେ। ଘରକୁ ଫେରିବାରେ ଡେରି ହେବାରୁ ପରିବାର ଲୋକ ଖୋଜି ଖୋଜି ପୋଖରୀ ନିକଟକୁ ଆସିଥିଲେ। ପାଣିରେ ବୁଡ଼ି ଯାଇଥିବା ଦେଖି ପରିବାର ଲୋକ ଓ କିଛି ସ୍ଥାନୀୟ ଜନସାଧାରଣ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଦେବଗଡ଼ ଜିଲ୍ଲା ମେଡିକାଲକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶ ଥାଉକି ପ୍ରଶନ୍ନ ରିଆମାଳ ବ୍ଲକ ଅନ୍ତର୍ଗତ ଅଂଳାକୁଳି ୟୁପି ସ୍କୁଲ୍ରେ କନିଷ୍ଠ ଶିକ୍ଷକ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
ପୋଖରୀକୁ ଗାଧୋଇବାକୁ ଯାଇ ଶିକ୍ଷକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/09/drawn-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)