ଶିକ୍ଷକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ପୋଡି ଦେଲେ ଦୁର୍ବୃତ୍ତ

ଜୟପୁର : ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥ ଠାରୁ ୪ କିଲୋମିଟର ଦୂରରେ ରାସ୍ତା କଡ଼ରେ ପଡିଛି ଜଣେ ଶିକ୍ଷକଙ୍କ ଦରପୋଡ଼ା ମୃତଦେହ। ବୋରିଗୁମ୍ମା ନିକଟସ୍ଥ ଡାଙ୍ଗେରା ପାହାଡ ନିକଟରେ ପଡିଛି ଏହି ମୃତଦେହ। ଶବ ନିକଟରେ ଗୋଟିଏ ବାଇକ୍‌ ଓ ମୋବାଇଲ ପଡି ରହିଛି। ମୃତ ଶିକ୍ଷକ ଜଣକ ଆମ୍ବାଗୁଡାର ସନ୍ଦୀପ ସିଆଲ(୫୬) ।
ସିଆରସିସି ଭାବେ କାର୍ଯ୍ୟରତ ସନ୍ଦୀପ ସିଆଲ ଗତକାଲି ସକାଳ ୯ଟାରେ ଡାଙ୍ଗରା ୟୁପି ସ୍କୁଲକୁ ଯିବା ପାଇଁ ଘରୁ ବାହାରି ଥିଲେ। ମାତ୍ର ଦିନ ୨ଟା ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା। ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତାଙ୍କ ମୋବାଇଲ୍‌କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳି ନ ଥିଲା। ଶେଷରେ ପରିବାର ଲୋକ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ତେବେ ରାତି ପ୍ରାୟ୧୧ଟା ବେଳେ ବୋରିଗୁମ୍ମା ନିକଟସ୍ଥ ଡାଙ୍ଗେରା ପାହାଡ ନିକଟରେ ତାଙ୍କ ଅର୍ଧଦଗ୍ଧ ଶବ ପଡିଥିବା ଦେଖିବାକୁ ମିଳିିଥିଲା। ତାଙ୍କ ଶବ ନିକଟରେ ଗୋଟିଏ ବାଇକ୍‌ ଓ ମୋବାଇଲ ମଧ୍ୟ ପଡି ରହଥିଲା। ସନ୍ଦୀପଙ୍କ ମୋବାଇଲ୍‌ ରିଂ ହେବାରୁ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକଙ୍କ ନଜର ପଡିଥିଲା। ତାଙ୍କୁ କେହି ହତ୍ୟା କରି ପୋଡି ଦେଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର