ନାଇଟକୋଚ ବସରେ ମହିଳା ଡାକ୍ତରଙ୍କୁ ଅସଦାଚରଣ କରି ଶିକ୍ଷକ ଗିରଫ

ଖୋର୍ଦ୍ଧା : କଳାହାଣ୍ଡିରୁ ଭୁବନେଶ୍ୱର ଆସୁଥିବା ଏକ ରାତ୍ରୀକାଳୀନ ବସରେ ଜଣେ ମହିଳା ପଶୁ ଡାକ୍ତରଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଜଣେ ସରକାରୀ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅଭିଯୋଗ ଅନୁସାରେ, ମହିଳା ପଶୁ ଡାକ୍ତର ଜଣକ କଳାହାଣ୍ଡିରୁ ଆସୁଥିଲେ । ଭୋର ସମୟରେ ଉକ୍ତ ଡାକ୍ତରାଣୀ ଜଣକ ଶୋଇଥିବା ଅବସ୍ଥାରେ ଖୋର୍ଦ୍ଧା ଜୟମଙ୍ଗଳ ନିକଟରେ ପଛରେ ବସିଥିବା ପ୍ରତ୍ୟୁଷ କୁମାର ବିଷୋୟୀ (୪୪) ତାଙ୍କର ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ ।

ଯୁବତୀଜଣକଙ୍କ ନିଦ ଭାଙ୍ଗିଯିବା ସହ ପାଟିକରିଥିଲେ । ପାଟିଶୁଣି ବସରେ କର୍ମଚାରୀ ଓ ଅନ୍ୟ ଯାତ୍ରୀ ଉଠି ଅଭିଯୁକ୍ତଙ୍କୁ ଧରିଥିଲେ । ଏନେଇ ଯୁବତୀଜଣକ ନିଜ ପରିବାରଙ୍କୁ ସୂଚିତ କରିବା ସହ ଖୋର୍ଦ୍ଧା ଟାଉନ୍ ଥାନାରେ ୨୩ ତାରିଖ ଅପରାହ୍ଣ ସାଢ଼େ ଗୋଟାଏ ବେଳେ ଲିଖିତ ଅଭିଯୋଗ କରିଥିଲେ ।

ଥାନାରୁ ମିଳିଥିବା ସୂଚନାନୁସାରେ, ଯୁବତୀଙ୍କ ଅଭିଯୋଗ ଭିତ୍ତିରେ ଟାଉନ୍ ଥାନାରେ ୩୬୬/୨୦୨୦ରେ ଦଫା ୩୫୪ରେ ଏକ ମାମଲା ରୁଜୁ କରାଯାଇଛି । ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୨୪ ତାରିଖରେ ଗିରଫ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ଘର କଟକ କିଶୋରନଗର ଥାନା ଅଧୀନ ସାମନ୍ତରାପୁର ଏବଂ ବୃତ୍ତିରେ ଜଣେ ସରକାରୀ ଶିକ୍ଷକ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର