ରକ୍ତକର୍କଟରେ ଯୁଝୁଛନ୍ତି ଅଧ୍ୟାପିକା, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସାହାଯ୍ୟ ପାଇଁ ନିବେଦନ କଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଜୀବନ ମରଣ ସହ ଯୁଝୁଛନ୍ତି ଅଧ୍ୟାପିକା ରୋନିସ୍ମିତା ମିଶ୍ର। ସହଯୋଗର ହାତ ବଢ଼ାଇଲେ ଛାତ୍ରଛାତ୍ରୀ। ସ୍ବଳ୍ପ ବେତନରେ ଏକ ଘରୋଇ କଲେଜରେ କାର୍ଯ୍ୟ କରୁଥିବା ଅଧ୍ୟାପିକା ଆଜି ରକ୍ତକର୍କଟରେ ପୀଡ଼ିତ। ଜୀବନ ମରଣ ସହ ଏକ ଘରୋଇ ମେଡିକାଲରେ ରୋଗ ଶଯ୍ୟାରେ ପଡ଼ିଛନ୍ତି। ଉନ୍ନତ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଏଭଳି ସଂକଟ ସମୟରେ ତାଙ୍କ ଛାତ୍ରଛାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି। କିଛି ଅର୍ଥ ସାହାଯ୍ୟ କରିବା ସହ ସହ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ କରିବା ପାଇଁ ନିବେଦନ କରିଛନ୍ତି।
ରୋନିସ୍ମିତା ରକ୍ତ କର୍କଟରେ ପୀଡ଼ିତ ହେବା ନେଇ ପରିବାର ଲୋକ ଗତ ୬ଦିନ ତଳେ ଜାଣିବା ପାଇଁ ପାଇଥିଲେ। ତାଙ୍କ ଚିକିତ୍ସା ଲାଗି ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା କରିବା ପରେ ଡାକ୍ତର ଜାଣିବା ପାଇଁ ପାଇଲେ ଏହା ହେଉଛି ରୋନିଙ୍କର କର୍କଟର ପ୍ରାଥମିକ ଷ୍ଟେଜ୍। ରୋନିଙ୍କର ଯଦି ଉତ୍ତମ ଚିକିତ୍ସା କରାଯାଏ, ତେବେ ୬୦ରୁ୭୦ ପ୍ରତିଶତ ବଞ୍ଚିବାର ସମ୍ଭାବନା ରହିଛି ବୋଲି ଡାକ୍ତର କହିଛନ୍ତି। ଏଥିପାଇଁ ୧୫ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି କହିଛନ୍ତି।

ଏବେ ରୋନିଙ୍କର ଚିକିତ୍ସା ପାଇଁ ପରିବାର ଲୋକଙ୍କର ଚିନ୍ତା ଏତେ ଟଙ୍କା ଆଣିବେ କେଉଁଠୁ। ରୋନିସ୍ମିତା ଭୁବନେଶ୍ବରର ଏକ ଘରୋଇ କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଛନ୍ତି। ସେଠାରୁ ତାଙ୍କୁ ଦରମା ବାବଦକୁ ମାତ୍ର ୧୫ହଜାର ଟଙ୍କା ମିଳୁଛି। ତାଙ୍କ ସ୍ବାମୀ ଏକ ଘରୋଇ ଅଫିସରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ଦରମା ମଧ୍ୟ ବହୁତ କମ୍। ରୋନିସ୍ମିତା କିଟ୍ ବିଶ୍ବବିଦ୍ୟାଳୟରେ ଅର୍ଥନୀତିରେ ପିଏଚଡି କରୁଛନ୍ତି। ଏବେ ରୋନିସ୍ମିତାଙ୍କ ଜୀବନ ବଞ୍ଚାଇବା ପାଇଁ ପରିବାର ଲୋକଙ୍କ ସହ ତାଙ୍କ ଛାତ୍ରଛାତ୍ରୀମାନେ ମଧ୍ୟ ଅର୍ଥ ଯୋଗାଡ଼ କରିବାରେ ଲାଗିଛନ୍ତି। ଅର୍ଥ ଯୋଗାଡ଼ କରିବା ପାଇଁ ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରେ ଅନୁରୋଧ କରିବା ସହ ମିଲାପ ମାଧ୍ୟମରେ ଏକ ଫଣ୍ଡରେଜ ମଧ୍ୟ କରିଛନ୍ତି।

ମିଲାପ ଫଣ୍ଡରେଜରେ ୭୯୮୯ଟଙ୍କା ମିଳିଥିବା ବେଳେ। ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୩୦ ହଜାର ଟଙ୍କା ଯୋଗାଡ଼ ହୋଇଥିବା ବେଳେ ଆହୁରି ଅର୍ଥର ଦରକାର ଅଛି। ତେଣୁ ସାହାଯ୍ୟ କରିବାକୁ ଚାହୁଥିବା ବ୍ୟକ୍ତି ବା ଅନୁଷ୍ଠାନ ମୋବାଇଲ ନମ୍ବର ୯୭୭୬୬୧୧୭୬୪ରେ ଯୋଗାଯୋଗ କରିବା ପାଇଁ ଭାଇ ସତ୍ୟପ୍ରିୟ ମିଶ୍ର ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର