ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କୁ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ

ଖୋର୍ଦ୍ଧା: ଗତକାଲି ଠାରୁ ଜିଲ୍ଲାର ପ୍ରାଥମିକ ଶିକ୍ଷକ ମାନଙ୍କୁ କୋଭିଡ ପ୍ରତିଷେଧକ ଟିକା ଦେବା ଆରମ୍ଭ ହୋଇଛି। ଏନେଇ ଶିକ୍ଷକ ସଂଘ ପକ୍ଷରୁ ଗତ ୬ ରୁ ୭ ମାସ ଧରି ଦାବି ହେଉଥିଲା। ସ୍ଥାନୀୟ ସରକାରୀ ଅଭ୍ୟାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏହି ଟିକାକରଣ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ରାଉତ ଉପସ୍ଥିତ ରହି ଟିକାକରଣ ଆରମ୍ଭ କରିଥିଲେ। ଗତକାଲି ମୋଟ ୧୦୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଟିକା ଦିଆଯଇଥିଲା। ଏହି କାର୍ଯ୍ୟକ୍ରମରେ ବି.ଆର.ସି.ସି. ସତ୍ୟବାନ ଶ୍ରୀଚନ୍ଦନ, ଏ.ବି.ଇ.ଓ. ଭରତ ଚନ୍ଦ୍ର ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଦେବୀ, ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଯୁଧିଷ୍ଠୀର ସାହୁ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ମହାପାତ୍ର, ସମ୍ପାଦକ ଅମୀୟ କୁମାର ପରିଡ଼ା, ମଙ୍ଗୁଳି ନିଶଙ୍କ, ଦିବ୍ୟସିଂହ ସୁବୁଦ୍ଧି, ରଶ୍ମି ଦାସ, ରବିନାରାୟଣ ପଣ୍ଡା, ସୁଶାନ୍ତ ମିଶ୍ର, ସରୋଜିନୀ ସାହୁ ଏବଂ ବ୍ଲକର ସମସ୍ତ ସିଆରସିସି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ବକେୟା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଆଉ ଏକ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ କରାଯାଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସଂପୂର୍ଣ୍ଣ ଟିକାକରଣ କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ରାଉତ ସୂଚନା ଦେଇଛନ୍ତି। ସେହିଭଳି ଟିକାକରଣ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଜିଲ୍ଳାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଳା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର