ଭଦ୍ରକ: ନିଖିଳ ଉକିଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଡାକରାରେ ଭଦ୍ରକ ବ୍ଳକର ସବୁ ବର୍ଗର ପ୍ରାଥମିକ ଶିକ୍ଷକ ସଂଗଠନ ଗୁଡ଼ିକ ତିନି ଦଫା ଦାବି ନେଇ ଏକ ଶୋଭଯାତ୍ରା କରିବା ସହ ଦାବିପତ୍ର ମୁଖ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷାଧିକାରୀ ଭଦ୍ରକଙ୍କ ଜରିଆରେ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ସବୁ ବର୍ଗର କର୍ମଚାରୀମାନଙ୍କର ଠିକା ନିଯୁକ୍ତିକୁ ଉଚ୍ଛେଦ କରିଥିବାବେଳେ, ପ୍ରାଥମିକ ଶିକ୍ଷକମାନେ ଏଥିରୁ ବାଦ ପଡ଼ିଛନ୍ତି। ଏହାର ପ୍ରତିବାଦରେ ପ୍ରାଥମିକ ସ୍କୁଲ ଗୁଡ଼ିକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ମାନଙ୍କ ଠିକା ନିଯୁକ୍ତି ଉଛେଦ କରି ଠିକା ନିଯୁକ୍ତି ସମୟକୁ ମୂଳ ଚାକିରିରେ ଗଣନା କରିବା ସହ କନିଷ୍ଠ ଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡରଭୁକ୍ତ କରାଯିବା, କଳା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ଦାବି କରାଯାଇଥିଲା। ଏଥିସହିତ ସମସ୍ତ ବର୍ଗର ଶିକ୍ଷକ ମାନଙ୍କ ମୂଳ ଦରମା ୪୨ଶହ ଗ୍ରେଡ ପେ ଅନୁଯାୟୀ ପ୍ରଦାନ କରିବା ସହିତ ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ଲାଗୁ କରିବାକୁ ଦାବି କରିଥିଲେ।
ସରକାରଙ୍କୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନଥିବାରୁ ଆଗାମୀ ୧୧ ତାରିଖରେ ଏକ ଜିଲ୍ଲାସ୍ତରୀୟ ଆନ୍ଦୋଳନ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଦାବି ପୂରଣ ନହେଲେ ୧୬ ଅଗଷ୍ଟରୁ ଶିକ୍ଷକ ମାନେ ସମୂହ ଛୁଟିରେ ରହିବା ସହିତ ସମସ୍ତ ବିଦ୍ୟାଳୟରେ ତାଲା ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଦାବି ପ୍ରଦାନ କରିବା ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷକ ସଙ୍ଗଠନ ତରଫରୁ ଶିକ୍ଷକ ନେତା ଅରୁଣ କୁମାର ମଲ୍ଲିକ, ରାଜେଶ ଦାସ, ନିଳାଦ୍ରୀ ତ୍ରିପାଠୀ, ଚନ୍ଦ୍ରକାନ୍ତ ଶୁକ୍ଳା, ଦୀପକ ସୂତାର, ମନୋରଂଜନ ଦୀକ୍ଷିତ, ବସନ୍ତ ଦୀକ୍ଷିତ, ସୁପ୍ରୀତ ଖୁଣ୍ଟିଆ, ସେକ୍ ଜୟିରୁଦ୍ଦିନ, ଅବଦୁଲ୍ ରବ୍, ସୁକାନ୍ତ ନାୟକ, ସବୀର ସିଂହ, ମୃତ୍ୟୁଞ୍ଜୟ ମହାନ୍ତି, ସୁନୀତା ସାମନ୍ତ, ସେକ୍ ଇର୍ସାଦ, ମୁସ୍ତାକ ଅଲୀ ଖାଁନ, ସୁକାନ୍ତି ପାତ୍ର, ଜିଲ୍ଳା ନେତୃତ୍ଵ ମଧ୍ୟରେ ବାବୁଲା ରାଉତ, ସୀମର ଜେନା, ଅରବିନ୍ଦ ଦୀକ୍ଷିତ, ତବରେଜ ଖାଁନ, ଆଶିଷ ସାହୁ, ପ୍ରଶାନ୍ତ ବେହେରା, ମୁକ୍ତିକାନ୍ତ ପରିଡ଼ା, ଭାଷ୍କର ନାୟକ, ଆଶିଷ ସାହୁ, ମନ୍ଦାକିନୀ ରାଉତ, ଶ୍ରଦ୍ଧାଞ୍ଜଳି କର, ସୁଭଦ୍ରା ସ୍ବାଇଁ, ବିଜୟ ମହାଳିକ ପ୍ରମୁଖ ଯୋଗ ଦେଇଥିଲେ।