ରାୟଗଡା: ମଙ୍ଗଳବାର ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ଷ୍ଟେଟ ସିଲେକ୍ସନ ବୋର୍ଡ ଦ୍ବାରା ଚୟନିତ ଅଧ୍ୟାପକ ଓ ଅଧ୍ୟାପିକାଗଣ ନିଜ ଗ୍ରେଡ ପେ ୪୬୦୦ରୁ ୫୪୦୦କୁ ସଂଶୋଧନ କରିବା ପାଇଁ ଏକ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ କରି ଗୁରୁଦିବସର ଶୁଭ ଅବସରରେ କଳା ବ୍ୟାଜ ପିନ୍ଧି ସରକାରଙ୍କୁ ନିଜ ଦାବି ଉପସ୍ଥାପନା କରିଛନ୍ତି। ଏହାସହ ରାୟଗଡା ତଥା ରାଜ୍ୟର ସସ୍ତ ୪୮୮ କ୍ୟାଟାଗୋରି ମହାବିଦ୍ୟାଳୟରେ ଏହିଭଳି ପ୍ରତିକାତ୍ମକ ବିରୋଧ କରାଯାଇଥିବା କୁହାଯାଇଛି। ଏହି ବିରୋଧ ସମୟରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ମଧ୍ୟରୁ ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟ, ଗୁଣୁପୁର ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଭଳି ମହାବିଦ୍ୟାଳୟ ଗୁଡିକର ପ୍ରାୟ ୬୮ ଜଣ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକା ଗଣ ନିଜ ନିଜ ଅନୁଷ୍ଠାନରୁ କାର୍ଯ୍ୟରତ ରହି ସରକାରଙ୍କ ନିକଟରେ ନିଜ ନ୍ୟାର୍ଯ୍ୟ ଅଧିକାରର ଉପସ୍ଥାପନା କରିଥିଲେ।

Advertisment

ରାୟଗଡା ଜିଲ୍ଲା ଓଏସଏଲଏ ମହାସଂଘର ଜିଲ୍ଲା ଅଧ୍ୟକ୍ଷ ଏମ. ଶ୍ରୀନିବାସ ଆଚାରୀ, ଜିଲ୍ଲା ସଚିବ ଡଃ. ଭଗବାନ ଗରଡା, କୋଷାଧ୍ୟକ୍ଷ ରଘୁନାଥ ଭୁଏ, ଟି. ଜ୍ୟୋତି ସମେତ ଅନ୍ୟ ମହାବିଦ୍ୟାଳୟର ପ୍ରତିନିଧିମାନେ ବିରୋଧ ପ୍ରଦର୍ଶନ ବେଳେ ଯୋଗ ଦେଇଥିଲେ।