ନବରଙ୍ଗପୁର: କରୋନା ଭୂତାଣୁ ଠାରୁ ଦୁରେଇ ରହିବା ପାଇଁ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଛି । ସେଥିପାଇଁ ସମସ୍ତ ସ୍କୁଲ, କଲେଜ ଓ ଟ୍ୟୁଟରାଲକୁ ବନ୍ଦ ରଖାଯାଇଛି। ଯୁକ୍ତ ୨ ଓ ଯୁକ୍ତ ୩ ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାକୁ ଅଧାରୁ ବନ୍ଦ ରଖାଯାଇଛି। ଏବେ ସମସ୍ତ ସ୍କୁଲ , କଲେଜ ଓ ଟ୍ୟୁଟରାଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ଘରେ ବସି ପାଠପଢ଼ିନପାରି ଟେଲିଭିଜନ୍ ଓ ଖେଳରେ ସମୟ ବିତାଉଛନ୍ତି। ଏ ପରିପ୍ରେକ୍ଷୀରେ ନବରଙ୍ଗପୁର ସହରର ଜଣେ ଶିକ୍ଷକ ମହମ୍ମଦ ଜାକିରଉଦ୍ଦୀନ ଯିଏକି କୋରାପୁଟ ଜିଲ୍ଲାର ଆଉଁଳୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ସେ ଏକ ଅଭିନବ ଉପାୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।
ସେ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଉପଯୋଗ ହେବା ଭଳି ଗଣିତ ଓ ରାସୟନ ବିଜ୍ଞାନ ବିଷୟରେ ପାଠ ପଢ଼ାଇବା ଭଳି ଏକ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବ୍ ଓ ଫେସବୁକରେ ଅପଲଡ କରିଛନ୍ତି। ଏହା ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ବି ଦେଉଛନ୍ତି। ପରୀକ୍ଷା ମୁଣ୍ଡ ଉପରେ ଥିବାରୁ ଛାତ୍ରଛାତ୍ରୀ ଚିନ୍ତାରେ ଥିବା ବେଳେ ଜଣେ ଶିକ୍ଷକ ୟୁଟ୍ୟୁବ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଏପରି ଶିକ୍ଷକଙ୍କ ଅଭିନବ ପ୍ରୟାସକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ପ୍ରଶଂସା ର ପାତ୍ର ହୋଇଛନ୍ତି ।
ତାଲାବନ୍ଦ ଯୋଗୁଁ ଗୃହାବଦ୍ଧ ହୋଇ ରହିଥିବା ଛାତ୍ରଛାତ୍ରୀମାନେ ଅଯଥାରେ ସମୟ ବିତାଉଥିବା ବେଳେ ଶିକ୍ଷକଙ୍କ ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କୁ ଖୁବ୍ ସହାୟକ ହେବ ବୋଲି ଶିକ୍ଷାବିତ୍ତଙ୍କ ମହଲରେ ମତ ପ୍ରକାଶ ପାଇଛି। ଆଜି ସେ ଗୋଟିଏ ଦିନ ରେ ୪ ଗୋଟି ଭିଡିଓ ୟୁଟ୍ୟୁବ୍ ରେ ଅପଲଡ୍ କରିଛନ୍ତି। ସ୍ବାମୀଙ୍କ ଏଭଳି ଶିକ୍ଷାଦାନକୁ ତାଙ୍କୁ ସ୍ତ୍ରୀ ତଥା ଶିକ୍ଷୟତ୍ରୀ ରୋଶନୀ ବେଗମ୍ ସହାୟତା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/naba3.jpg)