ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହର ମରାମତି ପାଇଁ ପୀଠରେ ପହଁଚିଲେ ବୈଷୟିକ ଟିମ

ଆରମ୍ଭ ହେଲା ମନ୍ଦିର ବେଢାର ସମ୍ପ୍ରସାରଣ କାର୍ଯ୍ୟ

ଆରଡି: ଦୀର୍ଘବର୍ଷ ପରେ ଆରମ୍ଭ ହେବାକୁ ଯାଉଛି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ଓ ପୀଠର ସମ୍ପ୍ରସାରଣ କାର୍ଯ୍ୟ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ମନ୍ଦିର ଗର୍ଭଗୃହର ମରାମତି ଓ ପୀଠର ଉନ୍ନତିକରଣ ପାଇଁ କାର୍ଯ୍ୟଭାର ନେଇଥିବା ଜିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏକ ବୈଷୟୀକ ଟିମ ଶୁକ୍ରବାର ପୀଠରେ ପହଁଚିଛନ୍ତି।

Sambad

ଏହି ଟିମଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରକୁ ନିଆଯାଇ କାର୍ଯ୍ୟ ହେବାକୁ ଥିବା ଗୁମୁଟ, ଅଳାଁ, ଗଳିଘରଛାତ, ଗର୍ଭଗୃହ ଚଟାଣ ଆଦି ସ୍ଥାନ ବୈଷୟୀକ ଟିମ ଦେଖାଇଥିଲେ। ତାହାସହ କାର୍ଯ୍ୟ ନିମନ୍ତେ ସେବାୟତଙ୍କ ସହ ଆଲୋଚନା କରିଥିଲେ ଉକ୍ତ ବୈଷୟୀକ ଟିମ। ଅନ୍ୟପଟେ ମନ୍ଦିର ବେଢାର ସମ୍ପ୍ରସାରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର