ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କରୋନା ସଂକ୍ରମଣରୁ ବର୍ତ୍ତିଗଲେ ଗ୍ରାମବାସୀ

ଟିବି ଗବେଷଣା ପାଇଁ ଆସିଥିବା ୭ଜଣିଆ ବୈଷୟିକ ଦଳ ମଧ୍ୟରୁ ୩ ପଜିଟିଭ୍

ଚନ୍ଦାହାଣ୍ଡି : ଡାକ୍ତରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସାମ୍ଭାବ୍ୟ କରୋନା ସଂକ୍ରମଣରୁ ବର୍ତ୍ତୀଯାଇଛନ୍ତି ଗ୍ରାମବାସୀ। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରର ଆଇସିଏମଆର ପକ୍ଷରୁ ଯକ୍ଷ୍ମା ରୋଗର କାରଣ ଖୋଜିବା ପାଇଁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବୋରିଗୁଡା ଗ୍ରାମ କୁ ବଛାଯାଇଥିଲା।

ସେହି ଅନୁଯାୟୀ ଆଇସିଏମଆର ପକ୍ଷରୁ ଏକ ସାତ ଜଣିଆ ବୈଷୟିକ ଟିମ୍ ଆଜି ଚନ୍ଦାହାଣ୍ଡି ରେ ପହଞ୍ଚିଥିଲେ ।ଏହି ବୈଷୟିକ ଦଳ ନବରଙ୍ଗପୁର ଜିଲ୍ଲା ର କେବଳ ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବୋରିଗୁଡା ଗ୍ରାମର ବିଭିନ୍ନ ସାହି ପରିଦର୍ଶନ ସହ କିଭଳି ଭାବେ ଯକ୍ଷ୍ମା(ଟିବି)ରୋଗ ବ୍ୟାପୁଛି ସେନେଇ ଗବେଷଣାତ୍ମକ ଅନୁଧ୍ୟାନ କରିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଲଟେରୀ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବୋରିଗୁଡା ଗ୍ରାମ କୁ ଚିହ୍ନଟ କରାଯାଇଥିଲା। ଆଜି ଠାରୁ ଏହି ଡାକ୍ତରୀ ଦଳ ବୋରିଗୁଡା ଗ୍ରାମର ସମସ୍ତ ଘର ଘର ବୁଲି ଟିବି ପରୀକ୍ଷା କରିବା ର କାର୍ଯ୍ୟକ୍ରମ ଥିଲା। ତେବେ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା. ସଂଗ୍ରାମ କେଶରୀ ସାହୁ ଉକ୍ତ ୭ ଜଣିଆ ବୈଷୟିକ ଦଳକୁ ବୋରିଗୁଡା ଗ୍ରାମରେ ପରୀକ୍ଷା ପୂର୍ବରୁ ସମସ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ପ୍ରଥମେ କରୋନା ପରୀକ୍ଷା କରାଇବା ପାଇଁ ପରାମର୍ଶ ଦେଇଥିଲେ । ଆସିଥିବା ସମସ୍ତ ୭ ଜଣ ଙ୍କ ନମୁନା ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୩ ଜଣ ଙ୍କ ପଜେଟିଭ ରିପୋର୍ଟ ଆସିଥିବା ଜଣାପଡିଛି । ୩ ଜଣଙ୍କ ପଜିଟିଭ ରିପୋର୍ଟ ଆସିବା ପରେ ଉକ୍ତ ବୈଷୟିକ ଦଳକୁ ଫେରିଯିବାକୁ କୁହା ଯାଇଥିବା ଜଣା ପଡିଛି । ଏହି ବୈଷୟିକ ଦଳ ରାୟପୁରରୁ ଆସିଥିବା ଜଣା ପଡ଼ିଛି । ଏମାନଙ୍କ କରୋନା ପରୀକ୍ଷା କରା ଯାଇନଥିଲେ ଚନ୍ଦାହାଣ୍ଡି ବ୍ଲକ ରେ ଗୋଷ୍ଠୀ ସଂକ୍ରମଣକୁ ଏଡାଇ ଦିଆଯାଇ ପାରିନଥାନ୍ତା । କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଉକ୍ତ ବୈଷୟିକ ଦଳ କୁ କରୋନା ପରୀକ୍ଷା ନକରି ଅନ୍ୟ ରାଜ୍ୟ କୁ ପଠେଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ତେବେ ଚନ୍ଦାହାଣ୍ଡି ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଏଣିକି ଯେଉଁ ଟିମ୍ ବାହାରୁ ଆସିବେ ସେମାନେ ଆରଟିପିସିଆର ପରୀକ୍ଷା କରି ରିପୋର୍ଟ ନେଇ ଆସିବା ପାଇଁ ପରାମର୍ଶ ଦିଆଯାଇଥିବା  ଜଣାପଡିଛି।

ସମ୍ବନ୍ଧିତ ଖବର