ନାବାଳିକାକୁ ଦୁଷ୍କର୍ମ :ଅଭିଯୁକ୍ତ କୋର୍ଟ ଚାଲାଣ

କେସିଙ୍ଗା, : କେସିଙ୍ଗା ଥାନା ଅଞ୍ଚଳର ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ସ୍ଥାନୀୟ ଓ୍ଵାର୍ଡ ନଂ ୬ର ବିବାହିତ ଯୁବକ ପ୍ରଫୁଲ୍ଲ ପାଣିଗ୍ରାହୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ପ୍ରଫୁଲ୍ଲ ବିଭିନ୍ନ ଗାଁକୁ ପାଉଁରୁଟି ବିକିବାକୁ ଯାଇଥାନ୍ତି। ଏହି ଅବସରରେ ଉକ୍ତ ନାବାଳିକା ସହ ତାଙ୍କ ସଂପର୍କ ହୋଇଥିଲା। ସେ ବିବାହର ପ୍ରଲୋଭନ ଦେଇ କିଛି ଦିନ ତଳେ ନାବାଳିକାକୁ ଧରି ଫେରାର ହୋଇ ଯାଇଥିଲେ। ଘଟଣା ଜାଣିବା ପରେ ପରିବାର ବର୍ଗ ଖୋଜାଖୋଜି କରିଥିଲେ। ପ୍ରଫୁଲ୍ଲ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଛାଡ଼ି ଦେଇଥିଲେ। ଝିଅ ପରିବାର ଲୋକେ ଖବର ପାଇ ତାକୁ ଉଦ୍ଧାର କରି କେସିଙ୍ଗା ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଆଇଆଇସି ବାସୁଦେବ ଛତ୍ରିଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର