ଦେଓଗାଁ: ବେଆଇନ ଭାବରେ ପଥର ବୁଝେଇ ହୋଇ ଯାଉଥିବା ଏକ ଟ୍ରାକ୍ଟର ଗାଡି ଉପରେ ଗୁରୁବାର ଦିନ ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲଦାର ଚଢ଼ାଉ କରିଥିବା ଜଣାପଡ଼ିଛି। କୁତୁର୍ଲା ଆର ଆଇ ସର୍କଲ ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ ବହଲି ଛକ ଉପରେ ଥିବା ପଥର ବୋଝେଇ ଗାଡିର କାଗଜପତ୍ର ଯାଞ୍ଚ କରିଛନ୍ତି ଦେଓଗାଁ ତହସିଲଦାର ନାରାୟଣ ସାହୁ। ଟ୍ରାକ୍ଟର ଚାଳକ ପଥର ନେଇ ଆସୁଥିବାର କୌଣସି ଦଲିଲ ଦେଖାଇ ପାରିନଥିଲୋ ଫଳରେ ଟ୍ରାକ୍ଟର ମାଲିକ ତୁଳସୀ ଅଗ୍ରୱାଲଙ୍କ ଠାରୁ ତହସିଲଦାର ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ଦେଓଗାଁ ତହସିଲର ଜରାସିଂହା, କୁତୁର୍ଲା, ମହଳାଇ ଅଞ୍ଚଳରେ ବେଧଡ଼କ ଭାବରେ ପଥର ଚୋରା ଚାଲାଣ ହେଉଛି। ନିକଟସ୍ଥ କ୍ରସରରେ ବିଭିନ୍ନ ସ୍ଥାନକୁ ବେଆଇନ ଭାବେ ପଥର ଚାଲାଣ କରାଯାଉଛି। ଏପରି କି ଗୋଚର ଜମି, ସ୍କୁଲ ନିକଟ ଏବଂ ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ପଥର ଚଟାଣକୁ ପ୍ରତି ଦିନ କମ୍ପ୍ରେସର ସାହାଯ୍ୟରେ ବ୍ଲାଷ୍ଟ କରାଯାଉଛି। କୌଣସି ପଦକ୍ଷେପ ନେଉନାହାନ୍ତି ସ୍ଥାନୀୟ ଆରଆଇମାନେ। ଏହି ବେଆଇନ ପଥର ଫଠା ଉପରେ ରୋକ ଲଗାଇବାକୁ ସାଧାରଣ ରେ ଦାବି ହେଉଛି।