ବାରିପଦା : କରୋନା ମହାମାରୀ ସମୟରେ ଘରେ ରହି ବିଭିନ୍ନ ଡାକ୍ତରୀ ପରାମର୍ଶ ନିମନ୍ତେ ପିଆରଏମ୍ ମେଡିକାଲ୍ ଏଣ୍ଡ୍ ହସ୍ପିଟାଲରେ ଆରମ୍ଭ ହୋଇଛି ଟେଲିମେଡିସିନ୍ ବ୍ୟବସ୍ଥା।
ସକାଳ ୮ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୬୫୫୦୫୧୩୦୭ ଏବଂ ୭୬୫୫୦୫୧୩୦୮ ମୋବାଇଲ୍ ନମ୍ବରରେ ସ୍ବାସ୍ଥ୍ୟସମସ୍ୟା ଜନିତ ଯେକୌଣସି ପରାମର୍ଶ ନିଆଯାଇପାରିବ ବୋଲି ପିଆରଏମ୍ ଅଧୀକ୍ଷକ ସୂଚନା ଦେଇଛନ୍ତି। କରୋନା ସମୟରେ ଗୁରୁତର ନଥିଲେ ହସ୍ପିଟାଲ ନଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କିତ ପରାମର୍ଶ ନିମନ୍ତେ ଆରମ୍ଭ ହୋଇଛି ଟେଲିମେଡିସିନ୍ ବ୍ୟବସ୍ଥା।