ଯାଜପୁରରେ ଟେଲିମେଡିସିନ ବ୍ୟବସ୍ଥା ଆରମ୍ଭ, ଚିକିତ୍ସା ପାଇଁ ଫୋନରେ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ ରୋଗୀ

ଯାଜପୁର : କୋରେନା ପାଇଁ ଚାରିଆଡେ ଲକଡାଉନ ଥିବାରୁ ଅନେକ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇପାରୁ ନାହାଁନ୍ତି । ସେଥିପାଇଁ ରୋଗୀମାନଙ୍କୁ ଘରେ ବସି ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଯାଜପୁରରେ ଆରମ୍ଭ ହୋଇଛି ଟେଲିମେଡିସିନ ବ୍ୟବସ୍ଥା ।

ରୋଗୀମାନେ ଘରେ ବସି ଟେଲିଫୋନ୍‌ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସିତ ହୋଇ ପାରିବେ । ଏଥିପାଇଁ ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡାକ୍ତରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଘରୋଇ ଓ ଅବସରପ୍ରାପ୍ତ ଡାକ୍ତରମାନେ ଯୋଗ ଦେଇ ଏଭଳି ସମୟରେ ରୋଗୀମାନଙ୍କୁ ସହାୟତା କରିବାକୁ ସ୍ୱଇଚ୍ଛାରେ ସମ୍ମତି ଜଣାଇଥିଲେ । ଆଜି ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋବାଇଲ ନମ୍ବର ଜାରି ହୋଇଛି। ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପଳ ନାରାୟଣ ଚନ୍ଦ୍ର ଧଳ, ବିଭିନ୍ନ କ୍ଲିନିକର ବରିଷ୍ଠ ଡାକ୍ତରମାନେ ବୈଠକରେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର