ଜୟପୁର: ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜୟପୁରର ନଡ଼ିଆବାଡ଼ ସାହିର କେ ମଧୁଙ୍କ ରାଜା ଶ୍ୟାମଲା ପ୍ରଡକ୍ସନ ହାଉସର ପ୍ରଯୋଜିତ ପ୍ରଥମ ଚଳଚ୍ଚିତ୍ର ‘ରଙ୍ଗାମାରତନ୍ଦା’ ହିଟ୍ ହୋଇଛି। ଏହା ପରେ ମଧୁ ଉଦୀୟମାନ ଚଳଚ୍ଚିତ୍ର ପ୍ରଯୋଜକ ଭାବେ ସ୍ବତନ୍ତ୍ର ସ୍ଥାନ ଲାଭ କରିଛନ୍ତି। ସେ ତାଙ୍କ ପ୍ରଡକ୍ସନ ହାଉସର ଦ୍ବିତୀୟ ଚଳଚ୍ଚିତ୍ର ଭାବେ ସନ୍ତୋଷ ଜାଗରଲାପୁଡିଙ୍କ ନିର୍ଦ୍ଦେଶନାରେ ଉତ୍ତରପ୍ରଦେଶର କାଶୀ (ବାରାଣସୀ) ଠାରେ ଅନ୍ୟ ଏକ ଚଳଚ୍ଚିତ୍ରର ସୁଟିଂ ଜାରି ରଖିଛନ୍ତି। ଏଥିରେ ସୁମନ୍ତ ଆକିନେନୀ ମୁଖ୍ୟ ଭୂମିକା ଓ ମୀନାକ୍ଷି ଗୋସ୍ବାମୀ ମୁଖ୍ୟ ଅଭିନେତ୍ରୀ, ସହଅଭିନେତା ଭାବେ ଭିନିଲ କିଶୋର ଆଦି ରହିଛନ୍ତି। ଏହି ଚଳଚ୍ଚିତ୍ରର ସଂଗୀତ ଅନୁପ ରୁବେନସ୍ , ସିନେମାଟୋଗ୍ରାଫର ନରେଶ କେ ରଣା ରହିଥିବା କହିଛନ୍ତି ପ୍ରଯୋଜକ ମଧୁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp