ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଅଞ୍ଚଳରେ ଆଜି ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଥିବା ଦେଖିବାକୁ ମିଳିଛି। ଆଜି ତାପମାତ୍ରା ୪.୬ ଡିଗ୍ରୀ ଥିବା ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ରହିଥିବା ବେଳେ ଗତକାଲି ୭ ଡିଗ୍ରୀ ରହିଥିଲା। କିଛିଦିନର ବ୍ୟବଧାନ ପରେ ତାପମାତ୍ରା ହ୍ରାସ ହୋଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତର ଲହର ବୃଦ୍ଧି ପାଇଛି। ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ରହିଥିବା ବେଳେ ବର୍ଷର ପ୍ରଥମ ତୁଷାର ପାତ ହୋଇଥିବାରୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ଖୁସି ବଢ଼ି ଯାଇଛି।
ଯଦିଓ ତାପମାତ୍ରା ଆଜି ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ରହିଛି ହେଲେ ଆଭ୍ୟନ୍ତରୀଣ ଇଲାକାରେ ତାପମାତ୍ରା ଆହୁରି ତଳେ ରହିଥିବା ଦେଖିବାକୁ ମିଳିଛି। ତେବେ ଜି. ଉଦୟଗିରିରେ ୪.୬ ତାପମାତ୍ରା ରହିଛି। ଓଡ଼ିଶାର ସବୁ ଜିଲ୍ଲା ଠାରୁ ଅଧିକ ଶୀତ ବା ଜାଡରେ ଥରିଥିବା ସହର ପରିଗଣିତ ହୋଇଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/WhatsApp-Image-2023-01-08-at-8.24.28-PM.jpeg)