ପାଟଣା: ବଜ୍ରପାତରେ କେନ୍ଦୁଝର ଜିଲ୍ଲା ପାଟଣାର ବୈତରଣୀ କୂଳରେ ଥିବା ପରମେଶ୍ବର ମନ୍ଦିରର ଦଧିନଉତି ଭାଙ୍ଗିଯାଇଛି। ଗତକାଲି ଅପରାହ୍ଣରେ ପ୍ରବଳ ଝଡ଼ତୋଫାନ ସହ ବଜ୍ରପାତ ହୋଇଥିଲା। ଏଥିରେ ମନ୍ଦିର ଦଧିନଉତିର କିଛି ଅଂଶ ଭାଙ୍ଗିଯାଇଛି। ଏହି ସମୟରେ ମନ୍ଦିର ପରିସରରେ ଥିବା ପୂଜକ ଓ କର୍ମଚାରୀ ଭୟଭୀତ ହୋଇପଡ଼ିଥିଲେ। ବଜ୍ରାପାତରେ ମନ୍ଦିରର ଦଧିନଉତି ଭାଙ୍ଗିବା ସ୍ଥାନୀୟ ଅଞ୍ଚଳପାଇଁ ଅଶୁଭ ବୋଲି ଚର୍ଚ୍ଚା ହେଉଛି। ମରାମତି କାର୍ଯ୍ୟ ନହେବା ପର୍ଯ୍ୟନ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି ଜଣାପଡ଼ିଛି।
ବଜ୍ରପାତରେ ଦଧିନଉତି ଭାଙ୍ଗିଲା
/sambad/media/post_attachments/wp-content/uploads/2021/05/konjhar.jpg)