ବଙ୍ଗୋପସାଗରର ଉଗ୍ର ରୂପ, ବଙ୍ଗୋପସାଗରର ଉଗ୍ର ରୂପ

ରାଜନଗର: ଉଗ୍ରମୁଖା ବଂଗୋପସାଗରର ଜୁଆର ସାତଭାୟାରେ ଥିବା ସାତଭାୟାବାସୀଙ୍କ ଶେଷ ସନ୍ତକ ମା’ ପଂଚୁବରାହୀ ମନ୍ଦିର ଉପରେ ମାଡ଼ ହୋଇଛି। ମନ୍ଦିର ଭିତରେ ଓ ବାହାରେ ଥିବା ବାଲି ମେଦକୁ ଭସାଇ ନେବା ସହ ମନ୍ଦିର ତଳୁ ବାଲି ଭସାଇ ନେଇଛି। ମନ୍ଦିର ପ୍ରବେଶ ପଥରେ ଥିବା ଦୁଇ ସିଂହ ମୂର୍ତ୍ତିକୁ ସମୁଦ୍ର ଜୁଆର ତାହାକୁ ଉପାଡି ଭସାଇ ନେଇଛି। ମନ୍ଦିରର ୩୦ ପ୍ରତିଶତରୁ ଅଧିକ କାନ୍ଥ ଭୁଶୁଡି ପଡିଛି। ପରିସ୍ଥିତି ଏପରି ହୋଇଛି ଯେ କୌଣସି ମୁହୂର୍ତରେ ମା’ଙ୍କ ପୁରୁଣା ମନ୍ଦିର ସମ୍ପୂର୍ଣ୍ଣ ଭୁଶୁଡି ପଡିବା ସହ ସମୁଦ୍ରରେ ଲୀନ ହୋଇଯିବ। ସାତଭାୟାରେ ଥିବା ମନ୍ଦିରରେ ମା’ ନ ଥିଲେ ମଧ୍ୟ ସାତଭାୟାବାସୀଙ୍କ ଶେଷ ସନ୍ତକ ହୋଇ ରହିଥିଲା। କେବଳ ସାତଭାୟାବାସୀ ନୁହନ୍ତି, ଉପକୂଳ ଓଡିଶା ବାସୀଙ୍କ ଅନ୍ୟତମ ଶକ୍ତି ପୀଠ ଥିଲା ସାତଭାୟା। ଗତ ୩ ଦିନ ହେଲା ଉଠିଆ ମୁଣ୍ତ ଯୋଗୁଁ ସମୁଦ୍ର ଜୁଆର ଭୟଙ୍କର ଭାବେ ସ୍ଥଳପଥକୁ ମାଡି ଆସୁଛି। ସାତଭାୟାର ମା’ଙ୍କ ମନ୍ଦିରକୁ ବାଲି ମେଦ ସୁରକ୍ଷା ଦେଉଥିଲା। ଜୁଆର ମନ୍ଦିର ଯାଏ ଆସୁଥିଲେ

ରେ ଥିବା ବାଲି ମେଦକୁ ଭସାଇ ନେବା ପରେ ମନ୍ଦିର ଉପରେ ମାଡ ନେଇଥିଲା। ମନ୍ଦିର ଭିତରେ ଓ ବାହାରେ ଗଦା ହୋଇଥିବା ବାଲିକୁ ଭସାଇ ନେବା ପରେ ମନ୍ଦିର ତଳୁ ବାଲି ଓ ମାଟି ଭସାଇ ନେଇଛି। ଏଥିସହ ସାତଭାୟାର ପୁରୁଣା ଜନବସତି ଠାରୁ ଏକକୂଳା ଯାଏ ୧୦ କିମି ବେଳାଭୂମିରେ ତାଣ୍ତବ ରଚୁଛି ସମୁଦ୍ର ଜୁଆର। ସାତଭାୟାରୁ ଏକକୂଳା ଯାଏ ଥିବା ବାଲି ପାହାଡକୁ ଅଧିକାଂଶ ସ୍ଥାନରେ ଭସାଇ ନେଇଛି। ବଂଗୋପସାଗର କୂଳରେ ସାତଭାୟାରେ ଉପକୂଳ ଓଡିଶାର ଆରାଧ୍ୟା ଦେବୀ ମା’ ପଂଚୁବରାହୀଙ୍କ ମନ୍ଦିର ରହିଥିଲା। ବଂଗୋପସାଗର କୂଳରେ ଶହ ଶହ ବର୍ଷ ତଳୁ ପୂଜା ପାଇଆସୁଥିବା ମା’ଙ୍କୁ ବିପନ୍ନ ଅଧିବାସୀଙ୍କୁ ଥଇଥାନ କରାଯାଇଥିବା ବଗପାଟିଆକୁ ୨୦୧୮ ଏପ୍ରିଲ ୨୦ରେ ଥାଟପାଟରେ ସ୍ଥାନାନ୍ତର କରାଯାଇଥିଲା। ବଗପାଟିଆରେ ବର୍ଣ୍ଣାଢ୍ୟ ମନ୍ଦିରରେ ମା’ଙ୍କୁ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ମାତ୍ର ବଂଗୋପସାଗର କୂଳରେ ଥିବା ମା’ଙ୍କ ପୁରୁଣା ମନ୍ଦିରରେ ମା’ ନଥିଲେ ମଧ୍ୟ ତାଙ୍କୁ ସ୍ମରଣ କରି ଆସ୍ଥାନକୁ ପୂଜାର୍ଚ୍ଚନା କରାଯାଉଥିଲା। ସାତଭାୟାର ପ୍ରଫୁଲ୍ଲ ଲେଙ୍କା ପ୍ରତିଦିନ ମା’ଙ୍କ ପୁରୁଣା ଆସ୍ଥାନକୁ ଲୁଗା ପିନ୍ଧାଇ, ଶଙ୍ଖା, ସିନ୍ଦୁର, ଫୁଲମାଳ ଦେଇ ପୂଜାର୍ଚ୍ଚନା କରି ଆସୁଥିଲେ।

ସମ୍ବନ୍ଧିତ ଖବର