ଧାନଭି ଟାଉନସିପ ଶିବମନ୍ଦିର ସହ ଅନ୍ୟ ୮ମନ୍ଦିରର ପଡ଼ିଲା ରତ୍ନମୁଦ

ଜୟପୁର: ଡଙ୍ଗାଗୁଡା ନିକଟସ୍ଥ ଧାନଭି ଟାଉନସିପ ମଧ୍ୟରେ ଧାନଭି ମନ୍ଦିର ପୂଜା କମିଟି ପକ୍ଷରୁ ଗତକାଲିଠାରୁ ମହାପ୍ରଭୁ ଶିବ ମନ୍ଦିର ସହ ଗଣେଷ, କାର୍ତ୍ତିକ, ହନୁମାନ, ରାମ ,ଲଲିତାଦେବୀ, କାଳଭୈରବୀ, ଦତ୍ତାତ୍ରେୟ ଓ ନବଗ୍ରହ ଆଦି ୯ଟି ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଆଜି ହୋମଯଜ୍ଞ କରାଯିବା ସହ ମନ୍ଦିରର ରତ୍ନମୁଦ, ସୂର୍ଯ୍ୟପୂଜା, ଗୋପୂଜା ରତ୍ନଗର୍ଭ ସଂସ୍କାର ଆଦି କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତାକାଲି ସୂର୍ଯ୍ୟପୂଜା, ଗୋପୂଜା, ଯଜ୍ଞଶାଳା ପ୍ରବେଶ, ପ୍ରାଣପ୍ରତିଷ୍ଠା ଓ ୧ତାରିଖ ଦିନ ଦେବତା ମନ୍ଦିର ପ୍ରବେଶ ଓ ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି। ମନ୍ଦିର ପ୍ରତିଷ୍ଟା ଉତ୍ସବରେ ସହରର ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ।

 

ସମ୍ବନ୍ଧିତ ଖବର