ବାରିପଦା: ଗୁରୁବାର ଠାରୁ ମୟୂରଭଂଜ ଜିଲ୍ଲାରେ ଆରମ୍ଭ ହେବ ଜଗା ଦର୍ଶନ। ଦ୍ବିତୀୟ ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବାକୁ ଭକ୍ତ ବ୍ୟାକୁଳ। ଜିଲ୍ଲାରେ କଡ଼ା କୋଭିଡ୍ କଟକଣା ମଧ୍ୟରେ ଗୁରୁବାରଠାରୁ ସମସ୍ତ ମଠ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିନୀଥ ଭରଦ୍ବାଜ। ତେବେ ଭକ୍ତମାନେ ମନ୍ଦିର ଦର୍ଶନ ବେଳେ ମାସ୍କ ପିନ୍ଧିବା ଏବଂ ପରସ୍ପର ମଧ୍ୟରେ ୬ ଫୁଟ ବ୍ୟବଧାନ ରଖିବା ବାଧ୍ୟତାମୂଳକ କରାଯାଇଛି।
/sambad/media/post_attachments/wp-content/uploads/2021/08/319e5f06-551a-432e-bad8-91bef602e9f4.jpg)
ସେହିପରି ମନ୍ଦିର ମଧ୍ୟରେ ଭୋଗ କିମ୍ବା ପ୍ରସାଦକୁ କିନ୍ତୁ ବାରଣ କରାଯାଇଛି। କଟକଣା ମଧ୍ୟରେ ହେଉ ପଛେ ମନ୍ଦିର ଖୋଲୁଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଦୀର୍ଘ ମାସ ହେବ ମଠ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ଫଳରେ ଭକ୍ତଙ୍କ ମନରେ ନିରାଶା ଖେଳିଯାଇଥିଲା। କିନ୍ତୁ ପୁନର୍ବାର ମନ୍ଦିର ଖୋଲିବା ପରେ ପୁଣିଥରେ ଜିଲ୍ଲାରେ ଉତ୍ସାହ ଖେଳିଯାଇଛି। ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିର, ଅଧିଷ୍ଠାତ୍ରୀ ଦେବୀ ମା ଅମ୍ବିକା ମନ୍ଦିର ଆଦି ଖୋଲିବା ନେଇ ଭକ୍ତମାନେ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/1695a107-9427-4026-a82b-729183563d29.jpg)