ମୟୂରଭଞ୍ଜ ଜିଲ୍ଲାରେ ଜାନୁଆରୀ ୫ରୁ ଖୋଲିବ ୧୦୫ରୁ ଅଧିକ ମଠ ଓ ମନ୍ଦିର

୬ଫୁଟର ସାମାଜିକ ଦୂରତା ଓ ମାସ୍କ ପିନ୍ଧି ନ ଥିଲେ ମନ୍ଦିର ଭିତରେ ପ୍ରବେଶକୁ ନା

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଜାନୁଆରୀ ୫ ଠାରୁ ଖୋଲିବ ୧୦୫ରୁ ଅଧିକ ମଠ ଓ ମନ୍ଦିର । କରୋନା କଟକଣା ଅନୁପାଳନ ପୂର୍ବକ ଜିଲ୍ଲାରେ ଥିବା ସମସ୍ତ ମଠ ଓ ମନ୍ଦିର ଖୋଲିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ଭକ୍ତମାନେ ପରସ୍ପର ମଧ୍ୟରେ ସର୍ବନିମ୍ନ ଦୂରତା ୬ ଫୁଟ ରକ୍ଷା କରିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି ।

ଯଦି କୌଣସି ଭକ୍ତ ଏହାକୁ ଅବମାନନା କରନ୍ତି ତେବେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ନିମନ୍ତେ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସ୍ପଷ୍ଟ କରି ଦେଇଛନ୍ତି । ତେବେ କରୋନା ମହାମାରୀ ମୁକାବିଲା ନିମନ୍ତେ ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ଭକ୍ତମାନଙ୍କ ନିମନ୍ତେ ମନ୍ଦିର ପ୍ରବେଶ ଉପରେ ଲଗାଯାଇଥିବା କଟକଣା ଶେଷରେ ସର୍ତ୍ତ ମୂଳକ ଭାବେ ହଟିଯାଇଛି । ଏହାକୁ ନେଇ ସେବାୟତ ଓ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଛି ।

ସମ୍ବନ୍ଧିତ ଖବର