ଜଗନ୍ନାଥ ମନ୍ଦିର ଓ ଚତୁର୍ଦ୍ଧାମୂର୍ତ୍ତି ପ୍ରତିଷ୍ଟା ଉତ୍ସବ, ସରିଲା ପୂର୍ଣ୍ଣାହୁତି

ଜୟପୁର: ଗତ ତିନିଦିନ ଧରି ଚାଳିଥିବା ସ‌ୌରାଗୁଡାସ୍ଥ ସିରିଡିସାଇ ମନ୍ଦିର ପରିସରରେ ଜଗତର ନାଥ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ଓ ଚତୁର୍ଦ୍ଧାମୂର୍ତ୍ତି ପ୍ରତିଷ୍ଟା ଉତ୍ସବ ମହାଆଡମ୍ବର ସହକାରରେ ଆଜି ସମାପନ ହୋଇଛି। ଆଜି ସକାଳୁ ସୂର୍ଯ୍ୟପୂଜା, ଧେନୁପୂଜା, ଘଟମଣ୍ଡଳାଧି ପୂଜା, ଧୁଜକଲି, ପାର୍ଶ୍ବଦେବତା ଓ ଗୁରୁମୂର୍ତ୍ତି ସ୍ଥାପନ କରାଯାଇଥିଲା। ସେଭଳି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ର ଓ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସିଂହାସନ ଆରୋହଣ ଏବଂ ଷୋଡଶ ପୂଜା ସକାଳ ସାଢ଼େ ୧୦ଟାରେ ସରିଥିଲା। ଏହା ପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଦର୍ଶନ ପାଇଁ ସାହାଣାମେଳା ଅନୁଷ୍ଠିତ ହୋଇଥିଲା।

Sambad

ମନ୍ଦିର ସମ୍ମୁଖରେ ପୁରୀ ଶ୍ରୀକ୍ଷେତ୍ର ପୀଠରୁ ଆସିଥିବା ବ୍ରାହ୍ମଣ ମାନେ ପୁର୍ଣ୍ଣାହୁତି ହୋମଯଜ୍ଞ କରିଥିଲେ। ମନ୍ଦିର ପରିସରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସହର ଏବଂ ଆଖ ପାଖ ଅଂଚଳର ସାଢ଼େ ୩ହଜାର ଶ୍ରଦ୍ଧାଳୁ ଭକ୍ତ ଦିନ ୧୨ଟାରୁ ପ୍ରସାଦ ସେବନ କରିଥିଲେ। ସିରିଡି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର