କେନ୍ଦୁଝର ଜିଲ୍ଲାରେ ୨ ମାସ ଖୋଲିବନି ଧର୍ମାନୁଷ୍ଠାନ

କେନ୍ଦୁଝର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାରେ ଆଗାମୀ ୨ ମାସ ଯାଏଁ ଧର୍ମାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ହୋଇଛି। ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି, ଜିଲ୍ଲାରେ ମା’ ତାରିଣୀ ଓ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା କମିଟିମାନଙ୍କ ସହିତ ଆମେ ଆଲୋଚନା କରିଥିଲୁ। ମନ୍ଦିର ପରିଚାଳନା କମିଟିମାନେ କହିଥିଲେ ଯେ, ବର୍ତ୍ତମାନ କରେନା ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଏବେ ମନ୍ଦିର ଖୋଲିବା ନାହିଁ। ବର୍ତ୍ତମାନ ଯେପରି ଅଛି, ଆଗାମୀ ଦିନରେ ମଧ୍ୟ ସେମିତି ବନ୍ଦ ରହିବ।

କାଳୀପୂଜାରେ ଲୋକଙ୍କର ଭିଡ଼ ହୋଇଥାଏ। ତେଣୁ ଦୁର୍ଗାପୂଜାରେ ଯେଉଁ କଟକଣା ରହିଥିଲା, ତାହା କାଳୀପୂଜାରେ ମଧ୍ୟରେ ରହିବ। ଲୋକଙ୍କୁ ପୂଜା କରିବା ପାଇଁ ମନା ନାହିଁ। କିନ୍ତୁ କୋଭିଡ ଗାଇଡଲାଇନ ପାଳନ କରି ପୂଜା କରିବାକୁ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର