ଆଶ୍ରମ ସ୍କୁଲରୁ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲେ ଛାତ୍ରୀଙ୍କ ବାପା

ଆନନ୍ଦପୁର: ଆଶ୍ରମ ସ୍କୁଲରୁ ଶନିବାର ଜଣେ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ ହେବା ଘଟଣା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଘସିପୁରା ଥାନା ଅନ୍ତର୍ଗତ ତ୍ରିଲୋଚନପୁର (ତାଳଗାଁ) ଆଶ୍ରମ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଆଜି ପୂର୍ବାହ୍ନ ୯ଟାରେ କେଉଁଆଡେ ଚାଲି ଯାଇଛି, ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଖବର ନାହିଁ। ବିଦ୍ୟାଳୟରେ ଶତାଧିକ ପିଲା ଓ ଶିକ୍ଷକ-ଶିକ୍ଷୟିତ୍ରୀ ଥିବା ବେଳେ କାହାରି ଦୃଷ୍ଟି ନପଡ଼ିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ନିଖୋଜ ନେଇ ଛାତ୍ରୀର ପିତା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦୋଷାରୋପ କରିଛନ୍ତି। ସେ ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୁଲିସ ଆଜି ସନ୍ଧ୍ୟାରେ ଆଶ୍ରମ ସ୍କୁଲକୁ ଯାଇ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଛି।

ଅନ୍ୟପଟରେ କୁହାଯାଉଛି ଯେ, ଛାତ୍ରୀ ଜଣକ ଆତ୍ମହତ୍ୟା କରିଛି। ଏ ସଂପର୍କୀତ ଏକ କାଗଜ ମିଳିଥିବା ସୂଚନା ରହିଛି। ଅନ୍ୟପକ୍ଷରେ କୁହାଯାଉଛି ଯେ, ନିକଟରେ ଝିଅର ବାପା ସହିତ ଘରେ ଝଗଡ଼ା ହୋଇଥିଲା। ଏହି କାରଣରୁ ଛାତ୍ରୀ ଅଶାନ୍ତିରେ ଦିନ କାଟୁଥାଇ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର