ମାଲକାନଗିରି: ଆଜି ଜିଲ୍ଲା ଦୌରା ଜଜ୍ ଅଜନ୍ତା ଷଡଙ୍ଗୀ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ୩ ଜଣ ଗଞ୍ଜେଇ ବେପାରୀଙ୍କୁ ୧୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୨୦୧୯ ମସିହାରେ ମାଲକାନଗିରିରୁ କଟକ ବସରେ ୪୦ କିଲୋ ଗଞ୍ଜେଇ ନେଉଥିବା ବେଳେ ଅବକାରୀ ବିଭାଗର ଏସଆଇ ଦିଲ୍ଲୀପ ନାୟକଙ୍କ ନେତୃତ୍ବରେ ଚଢଉ କରାଯାଇ ଗଞ୍ଜେଇ ଜବତ କରାଯିବା ସହ ୩ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ମାନେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳର ଅନିକେଶ ପ୍ରସାଦ, ସରସ୍ବତୀ ହାରଦାର ଏବଂ ନିଳୀମା ବିଶ୍ବାସ।
ଅବକାରୀ ଏସଆଇ ଏସ. ଜଗା ରାଓ ଏହି ଘଟଣାର ତଦନ୍ତ ଭାର ନେଇଥିଲେ। ଆଜି ଜିଲ୍ଲା ଦୌରା ଜଜ୍ ଅଜନ୍ତା ଷଡଙ୍ଗୀ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ଏହି ତିନି ଜଣ ଗଞ୍ଜେଇ ବେପାରୀଙ୍କୁ ୧୦ ବର୍ଷ ଲେଖାଏଁ କାରା ଦଣ୍ଡରେ ଦଣ୍ଡିତ କରିବା ସହ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ପୁଣି ୬ ମାସ କାରାଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି। ଏହି କେସକୁ ସରକାରୀ ଓକିଲ ବିଜୟ କୁମାର ମହାନ୍ତି ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Justice.jpg)