ଜୟପୁର: ମୁଣ୍ଡ ଗୁଞ୍ଜିବାକୁ ଘର ନଥିବା ବୃଦ୍ଧ, ବୃଦ୍ଧା ବସଷ୍ଟାଣ୍ଡ, ରାସ୍ତାଘାଟରେ ଶୋଉଥିବା ଲୋକ ଆଦି ରହିବା ପାଇଁ ସରକାରଙ୍କ ପକ୍ଷରୁ ପୌରପାଳିକା ମାଧ୍ୟମରେ ଖୋଲିଛନ୍ତି ‘ଆଶ୍ରୟ’। ପୌରପାଳିକା ଅଧିନରେ ଟାଉନହଲ ପଛ ପାର୍ଶ୍ବରେ ଏଭଳି ଆଶ୍ରୟ ନିର୍ମାଣ ହୋଇ ବର୍ଷକ ବିତିଗଲାଣି। ଏହାକୁ ଲୋକାର୍ପଣ କରିବା ପୂର୍ବରୁ ହିଁ କୋଭିଡ୍ ଆସିଥିଲା।
କୋଭିଡ୍ ସମୟରେ ଏହାକୁ ପ୍ରବାସୀମାନଙ୍କୁ ରଖିବା ଆଦି କାମରେ ଆଶ୍ରୟକୁ ବ୍ୟବହାର କରାଯାଇଥିଲା। ଏବେ କୋଭିଡ୍ ସଂକ୍ରମଣ ସାମାନ୍ୟ ସ୍ବାଭାବିକ ହେବା ପରେ ଏହାକୁ ଠିକା ନେଇଥିବା ସଂସ୍ଥାକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅଳ୍ପ ଦିନ ମଧ୍ୟରେ ଠିକା ସଂସ୍ଥା ସହ ଚୁକ୍ତିନାମା କରିବା ସହ ଏହାର ଲୋକାର୍ପଣ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ। ଏପରିକି ଜୟପୁର ପୌରପାଳିକା ପକ୍ଷରୁ ଏଭଳି ୬୫ଜଣଙ୍କୁ ବି ଚିହ୍ନଟ କରାଯାଇଥିଲା।
ଏହି ଆଶ୍ରୟ କେନ୍ଦ୍ରରେ ୫୦ଜଣ ରହିବା ବ୍ୟବସ୍ଥା ରହିଛି। ଏଠାରେ ରହିବା ଅନ୍ତେବାସୀଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ଖାଇବା, ପିଇବା ପାଇଁ ତଥା ଗାଧୁଆ ପାଧୁଆ କରିବା ପାଇଁ ଗରମ ପାଣିର ବ୍ୟବସ୍ଥା ଆଦି ରହିଛି। ଏପରି ମହତ ଯୋଜନା ତୁରନ୍ତ କାର୍ଯ୍ୟକାରୀ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/jpr-ashraya-1.jpg)