ରାଉରକେଲା : ଫାଣ୍ଡି ଅଧିକାରୀଙ୍କୁ ମଦ ଚଢ଼ାଉ କରିବା ମହଙ୍ଗା ପଡିଛି l ମଦ ବେପାରୀଙ୍କ ତୀର ମାଡରେ ଗୁରୁତର ହୋଇଛନ୍ତି ଟେନସା ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରା l ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଟେନସା ସେଲ ହସ୍ପିଟାଲ ଓ ପରେ ରାଉରକେଲା ସରକାରୀ ହସ୍ପିଟାଲ (ଆର ଜିଏଚ)ରେ ଭର୍ତ୍ତି କରାଯାଇଛି l
/sambad/media/post_attachments/wp-content/uploads/2021/01/9c914ed2-81f7-4a15-86ae-cf5e333b8ac2-1-213x300.jpg)
ସୂଚନାଯୋଗ୍ୟ, ତୀର ମାଡ କରିଥିବା ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇ ହୋଇଯାଇଛି l ଆଜି ସନ୍ଧ୍ୟା ପ୍ରାୟ ସାଢେ ୪ଟାରେ ଫାଣ୍ଡି ଅଧିକାରୀ ଅଶୋକ ଟେନସା ଜିରୋ ପଏଣ୍ଟରେ ଚାଲିଥିବା ବେଆଇନ ମଦ ଚଢ଼ଉ କରିବାକୁ ଯାଇଥିଲେ l ଗିରଫ ଭୟରେ ଖସି ଯିବାକୁ ମଦ ବେପାରୀ ଅଶୋକଙ୍କୁ ତୀର ମାଡ଼ ମାରି ଥିଲା l ଏହି ତୀର ଅଶୋକଙ୍କ ପିଠିରେ ଗଳି ଯିବାରୁ ସେ ଅଚେତ ହୋଇ ଘଟଣାସ୍ଥଳରେ ପଡି ଯାଇଥିଲେ l ସ୍ଥାନୀୟଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ନେଇ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/e825cd38-e470-423c-b9cf-bba1085bbd8f.jpg)