ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ଼: ଗୁରୁତର ଅବସ୍ଥାରେ ଆରଜିଏଚରେ ଭର୍ତ୍ତି

ରାଉରକେଲା : ଫାଣ୍ଡି ଅଧିକାରୀଙ୍କୁ ମଦ ଚଢ଼ାଉ କରିବା ମହଙ୍ଗା ପଡିଛି l ମଦ ବେପାରୀଙ୍କ ତୀର ମାଡରେ ଗୁରୁତର  ହୋଇଛନ୍ତି ଟେନସା ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରା  l ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଟେନସା ସେଲ ହସ୍ପିଟାଲ ଓ ପରେ ରାଉରକେଲା ସରକାରୀ  ହସ୍ପିଟାଲ (ଆର ଜିଏଚ)ରେ ଭର୍ତ୍ତି କରାଯାଇଛି l

ସୂଚନାଯୋଗ୍ୟ, ତୀର ମାଡ କରିଥିବା ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇ ହୋଇଯାଇଛି l ଆଜି ସନ୍ଧ୍ୟା ପ୍ରାୟ ସାଢେ ୪ଟାରେ ଫାଣ୍ଡି ଅଧିକାରୀ ଅଶୋକ ଟେନସା ଜିରୋ ପଏଣ୍ଟରେ ଚାଲିଥିବା ବେଆଇନ ମଦ ଚଢ଼ଉ କରିବାକୁ ଯାଇଥିଲେ l ଗିରଫ ଭୟରେ ଖସି ଯିବାକୁ ମଦ ବେପାରୀ ଅଶୋକଙ୍କୁ ତୀର ମାଡ଼ ମାରି ଥିଲା l ଏହି ତୀର ଅଶୋକଙ୍କ ପିଠିରେ ଗଳି ଯିବାରୁ ସେ ଅଚେତ ହୋଇ ଘଟଣାସ୍ଥଳରେ ପଡି ଯାଇଥିଲେ l ସ୍ଥାନୀୟଲୋକ ତାଙ୍କୁ ଗୁରୁତର ଅବସ୍ଥା‌ରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର