ତୁମୁଡ଼ିବନ୍ଦ: ରୋଗୀଙ୍କ ମୃତ୍ୟୁକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଭୁଲ ଇଞ୍ଜେକସନ ଦେବା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ ଆଣିଛନ୍ତି । ସଲାଗୁଡା ତେଲେପଙ୍ଗା ଗ୍ରାମର ରବିଚନ୍ଦ୍ର ଦିଗାଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ରବିଚନ୍ଦ୍ରଙ୍କର ଗୋଡ଼ ବଥା ସହ ଜ୍ବର ହେଉଥିଲା । ସମ୍ପର୍କୀୟ ଲୋକେ ରବିଚନ୍ଦ୍ରଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିଛି ସମୟ ପରେ ରବିଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ପରିବାର ଓ ସ୍ଥାନୀୟ ଲୋକମାନେ ଡାକ୍ତରଖାନା ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ । ଉତ୍ୟକ୍ତ ପରିବାର ଲୋକେ ଡାକ୍ତରଖାନା ସମ୍ବୁଖରେ ୫୯ ଜାତୀୟ ରାଜପଥ ଅବରୋଧ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘଟଣାସ୍ଥଳରେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ, ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସମେତ ଅନ୍ୟ ପୁଲିସ୍ କର୍ମଚାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପରିବାର ଲୋକେ ଡାକ୍ତର ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/ବାଲିଗୁଡ଼ା.jpg)