ବରଗଡ଼: ହତ୍ୟା ଘଟଣାକୁ ନେଇ ଆଜି ଅପରାହ୍ଣରେ ବରଗଡ଼ ଜିଲ୍ଲା ଭେଡେନ୍ ଥାନାରେ ଉତ୍ତେଜନା ଦେଖାଯାଇଛି। ବୁରଦା ଗାଁର କିଛି ଲୋକ ଆସି ଏହି କାମ କରିଥିବା ସୂଚନା ମିଳିଛି। ଉତ୍ତେଜିତ ଗ୍ରାମବାସୀ ପୁଲିସ ଉପରକୁ ଇଟା ଓ ପଥର ମାଡ଼ କରିଛନ୍ତି। ଏଥିରେ କିଛି ପୁଲିସ କର୍ମୀ ଗୁରୁତର ହୋଇଛନ୍ତି। ସେହିଭଳି ଉତ୍ତେଜିତ ଜନତା ସାମ୍ବାଦିକଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2020/11/2e3af85b-4e4e-4b48-87ac-24347d82bc22.jpg)
ସୂଚନା ଅନୁସାରେ ଭେଡେନ୍ ଥାନା ଅଧୀନ ବୁରଦା ଗାଁରେ ଗତ ଜୁଲାଇ ୧୮ ତାରିଖ ଜିତୁ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହା ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସ୍ଥାନୀୟ ପୁଲିସ ଠାରୁ ଏସ୍ପିଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ। କିନ୍ତୁ ଦୀର୍ଘ ୪ ମାସ ମଧ୍ୟରେ ଅଭିଯୁକ୍ତକୁ ପୁଲିସ ଗିରଫ କରିପାରି ନଥିବାରୁ ଆଜି ଅପରାହ୍ନ ପ୍ରାୟ ୨ଟାରେ ବୁରଦା ଗାଁର ପ୍ରାୟ ୨୦୦ ଲୋକ ଅଭିଯୁକ୍ତଙ୍କ ଗିରଫ ଦାବିରେ ଧାରଣା ଦେଇଥିଲେ। ଏହା ପରେ ସେମାନେ ଥାନା ଘେରାଉ କରିଥିଲେ। ଉତ୍ତେଜିତ ଲୋକେ ଥାନା ଘେରାଉ କରିଥିବା ବେଳେ ଭଙ୍ଗାରୁଜା ମଧ୍ୟ କରିଥିଲେ। ଜବାବରେ ପୁଲିସ ମଧ୍ୟ ଲାଠିଚାର୍ଜ କରିଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2020/11/6c1556e7-0219-4a54-b39c-f74dfae9b69e-1024x472.jpg)
ଅନ୍ୟପଟରେ ଜିତୁ ନାଏକଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଆଜି ବୁରଦା ଗାଁରେ ଅପରାହ୍ଣ ସାଢ଼େ ୪ଟାରେ ୨ଟି ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ବୁରଦା ଗାଁରେ ଉତ୍ତେଜନା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/da40ab25-e63e-4bf3-8c02-c5c0f1a6add9.jpg)