ମାଲକାନଗିରି: ଖଇରପୁଟ ବ୍ଲକ ଅନ୍ତର୍ଗତ କୁମାରପୁଟ ବାଳିକା ଉଚ୍ଚ ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ବାଳିକା ହଷ୍ଟେଲ ପରିସରରେ ପ୍ରଧାନଶିକ୍ଷୟତ୍ରୀଙ୍କ ସ୍ବାମୀ ରାତିରେ ରହୁଥିବାରୁ ଆଦିବାସୀ ଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ବାମୀଙ୍କ ସହ ଦିଦିଙ୍କ ଭାଇ ମଧ୍ୟ ଦୀର୍ଘଦିନ ହେବ ହଷ୍ଟେଲରେ ରାତିରେ ରହୁଥିବାରୁ ପିଲାମାନେ ନିତ୍ୟକର୍ମ ସମୟରେ ସାମ୍ନା ସାମ୍ନି ହୋଇ ହଇରାଣ ହେଉଥିବା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟାସଭ୍ୟ ଅଭିଯୋଗ କରିଛନ୍ତି । ଯାହାଫଳରେ ବିଦ୍ୟାଳୟରୁ ଦିଦିଙ୍କ ସ୍ବାମୀ ଏବଂ ଭାଈଙ୍କୁ ତଡିବା ପାଇଁ ଅଣ୍ଟା ଭିଡିଥିଲେ ପରିଚିଳନା କମିଟିର ସଭ୍ୟାସଭ୍ୟ । ହେଲେ ବହୁ ଚେଷ୍ଟା ପରେ ମଧ୍ୟ ବିଦ୍ୟାଳୟରୁ ବାହାରକୁ ଆସିନଥିଲେ ଦିଦିଙ୍କ ସ୍ବାମୀ ।
Advertisment
ଏହାକୁ ବିରୋଧ କରି ବିଦ୍ୟାଳୟ ଫାଟକରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । କିନ୍ତୁ ଖବରପାଇ ଘଟଣାସ୍ଥଳରେ ମୁଦୁଲିପଡା ଥାନା ଅଧିକାରୀ ବସନ୍ତ କେଶରୀ କହଁର ଯାଇ ସଭ୍ୟାସଭ୍ୟଙ୍କୁ ବୁଝାଇଥିଲେ । ବାରମ୍ବାର ଏପରି ଅଭିଯୋଗ ପରେ ମଧ୍ୟ ଦିଦିଙ୍କ ସ୍ବାମୀ ଏବଂ ଭାଇ ବିଦ୍ୟାଳୟ ଛାଡୁନଥିବା ପରିଚାଳନା କମିଟି ଅଭିଯୋଗ କରିଛନ୍ତି । ଫଳରେ ଛାତ୍ରୀମାନେ ଅସୁରକ୍ଷିତ ଅବସ୍ଥାରେ ରହୁଥିବାରୁ ପ୍ରଧାନଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ଏପଟେ ପ୍ରଧାନଶିକ୍ଷୟତ୍ରୀଙ୍କୁ ବାରମ୍ବାର କହିବା ପରେ ବି ଶୁଣୁନଥିବା ହଷ୍ଟେଲ ଓ୍ବାଡେନ କହିଛନ୍ତି , ସଂପୃକ୍ତ ଦିଦିଙ୍କ ସହିତ ଯୋଗାଯୋଗ ହୋଇପାରିନଥିବାରୁ ମତାମତା ମିଳିପାରିନାହିଁ । ଅନ୍ୟ ଦିଗରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାଇନଥିବାରୁ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ଦିଆଯାଇ ପରି ନାହିଁ।