ଆଠଗଡ: ଆଠଗଡ଼ ଖମାର ନୂଆଗାଁରେ ପ୍ରସ୍ତାବିତ ସିମେଣ୍ଟ କାରଖାନ ପାଇଁ ହେଉଥିବା ଜନଶୁଣାଣି ବେଳେ କାରଖାନା ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି। ଏହାକ୍ୁ ସେଠାରେ ତୀବ୍ର ଉତ୍ତେଜନାଦେଖାଦେଇଛି। ଘଟଣା ସ୍ଥଳରେ ଉପସ୍ଥିତି ପୁଲିସ ଉଭୟ ଗୋଷ୍ଠୀଙ୍କୁ ଆୟତ୍ତ କରିବାରେ ବିଫଳ ହୋଇଛି। ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି।
ସୂଚନା ଅନୁସାରେ ଆଠଗଡ଼ ବ୍ଳକ ରାଧାକିଶୋପୁର ଓ ଗୁରୁଡିଝାଟିଆ ପଞ୍ଚାୟତର ଖମାର ନୂଆଗାଁରେ ଏକ ସିମେଣ୍ଟ କାରଖାନା ପାଇଁ ପ୍ରସ୍ତାବ ରହିଛି। ଏ ନେଇ ଆଜି ଜନଶୁଣାଣି ଚାଲିଥିବାବେଳେ କାରଖାନା ସପକ୍ଷବାଦୀ ଓ କାରଖାନା ବିପକ୍ଷବାଦୀମାନେ ପରସ୍ପରକୁ ଇଙ୍ଗିତ କରି କହିବାରୁ ପରିସ୍ଥିତି ବଦଳି ଯାଇଥଇଲା। ଘଟଣାସ୍ଥଳରେ ଉପସ୍ଥିତ କଟକ ଏଡିଏମ ରଘୁରାମ ଆୟାର ଓ ଆଠଗଡ଼ ଉପଜିଲ୍ଲାପାଳ ହରିଶଚନ୍ଦ୍ର ନାୟକ ଲୋକଙ୍କୁ ବୁଝାସୁଝା କରିଥିଲେମଧ୍ୟ କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ।
ଆଠଗଡ଼: ସିମେଣ୍ଟ କାରଖାନା ଜନଶୁଣାଣୀ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୁଲିସର ଲାଠି ଚାଳନା
/sambad/media/post_attachments/wp-content/uploads/2017/10/athagarh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)