କୁକୁଡ଼ା ଲଢ଼େଇକୁ ନେଇ ପୁଲିସ ଓ ଜନତା ମଧ୍ୟରେ ସଂଘର୍ଷ

କେନ୍ଦୁଝର: ପଣ୍ଡାପଡ଼ା ଥାନା ଅନ୍ତର୍ଗତ ପଣ୍ଡାପଡ଼ା ହାଟରେ ବହୁ ଦିନ ଧରି ଚାଲି ଆସୁଥିଲା କୁକୁଡ଼ା ଲଢେଇ। ଆଜି ସଂଧ୍ୟାରେ ହଠାତ ପଣ୍ଡାପଡ଼ା ପୁଲିସ ସଦଳବଳେ ପହଞ୍ଚି ଯୋର ଜବରଦସ୍ତ ହାଟରେ କୁକୁଡ଼ା ଲଢେଇକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲା । ଏଥ ସହ ଲୋକଙ୍କ କୁକୁଡ଼ା ନେଇ ଆସିବାରୁ ଯାହାକୁ ସ୍ଥାନୀୟ ଲୋକ ବିରୋଧ କରିବା ସହ ପୁଲିସ ଉପରକୁ ଟେକା ପଥର ମାଡ କରିଥିଲେ । ଯେଉଁଥିରେ ପୁଲିସ ଗାଡି ର କାଚ ଭାଙ୍ଗିବା ସହ ପଣ୍ଡା ପଡ଼ା ଥାନା ଅଧିକାରିଣୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିଥିବା ବେଳେ ଘଟଣା ସ୍ଥଳରେ ସହର ଏସଡିପିଓ ପହଞ୍ଚିଛନ୍ତି ।

ସମ୍ବନ୍ଧିତ ଖବର