ଗୋଚାଲାଣକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ 

ବାଲେଶ୍ବର: ବେଆଇନ ଗୋଚାଲାଣକୁ ନେଇ ଜାତୀୟ ରାଜପଥର ଫୁଲାଡ଼ି ଛକ ନିକଟରେ ଶୁକ୍ରବାର ଅପରାହ୍‌ଣ ସମୟରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ସହଦେବଖୁଣ୍ଟା ପୁଲିସ ଓ ସଦର ଥାନା ପୁଲିସ ପରିସ୍ଥିତି ଉପରେ ନଜର ରଖିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଆଜି ଦ୍ବି-ପ୍ରହର ସମୟରେ ଏକ ଡାଲାଅଟୋରେ ଦୁଇଟି ଗାଈ ଏବଂ ଦୁଇଟିବାଛୁରୀ ଅତି ଅମାନୁଷିକ ଭାବେ ବୋଝେଇ କରି ରେମୁଣା ଗୋଲେଇରୁ ବସ୍ତା ଅଭିମୁଖେ ନିଆଯାଉଥିଲା। ତେବେ ରେମୁଣାଗୋଲେଇ ନିକଟରେ କିଛି ଗୋରକ୍ଷକ ଉକ୍ତଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦ୍ରୁତଗତିରେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ସମ୍ପୃକ୍ତ ଗୋରକ୍ଷକମାନଙ୍କୁ ନହରପାଟଣା ଏବଂ ପରେ ଫୁଲାଡ଼ିଠାରେ କିଛି ଯୁବକ ଢେଲାପଥର ଫିଙ୍ଗି ଥିଲେ। ଏଥିରେ ସମ୍ପୃକ୍ତ ଗୋରକ୍ଷକମାନେ ଉତ୍ତେଜିତ ହୋଇ ଫୁଲାଡ଼ିଛକ ନିକଟରୁ ଉକ୍ତ ଡାଲାଅଟୋ ଗାଡ଼ିଟିକୁ ଧରି ହଳଦୀପଦା ଫାଣ୍ଡିରେ ଜିମା ଦେଇଥିଲେ। ଏହାପରେ ସେଠାରେ ଉଭୟଗୋଷ୍ଠୀଙ୍କର ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ତେବେ ପୁଲିସ ଏହି ଘଟଣାକୁ ନିୟନ୍ତ୍ରଣରେ ରଖିଥିବା ସଦର ଆଇଆଇସି କ୍ଷମାସାଗର ପଣ୍ଡା ସୂଚନା ଦେଇଛନ୍ତି

ସମ୍ବନ୍ଧିତ ଖବର