ରବି ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସମବାୟ ସମିତିରେ ଉତ୍ତେଜନା 

ଯାଜପୁର: ରବି ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସମବାୟ ସମିତିରେ ଉତ୍ତେଜନା। ଭାରପ୍ରାପ୍ତ ଏ ଆର ସି ଏସ ଏବଂ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସମିତି ଅଫିସରେ ତାଲା ପକାଇଲେ ଉତ୍ତ୍ୟକ୍ତ ଚାଷୀ। ଦଶରଥପୁର ବ୍ଲକ କମାରଡ଼ିହ ସେବା ସମବାୟ ସମିତିରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା । ଆଜି ସମିତିକୁ ମିଲର ଗାଡି ଆସି ଧାନ ନେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କୌଣସି ଗାଡି ସେଠାରେ ପହଞ୍ଚି ନଥିଲା। ଫଳରେ ବର୍ଷାରେ ଚାଷୀଙ୍କ ଧାନ ଓଦା ହୋଇଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପରେ  ଘଟଣା ସ୍ଥଳରେ  ଭାରପ୍ରାପ୍ତ ଏ ଆର ସି ଏସ ଶରତ ମାଲ୍ଲିକ ଏବଂ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରିଥିଲେ। ଆଲୋଚନା ଚାଲିଥୁବା ବେଳେ ଉତ୍ୟକ୍ତ ଚାଷୀମାନେ ଗେଟ ବାହାରପଟୁ ତାଲା ମାରିଦେଇଥିଲେ ।ଧାନ ସଂଗ୍ରହ ପ୍ରକ୍ରିୟା କୁ ସରଳିକରଣ କରିବା ସହିତ ତୁରନ୍ତ ଧାନ ସଂଗ୍ରହ କରିବାକୁ ଦାବି କରିଥିଲେ। ଖବର ପାଇ ମଙ୍ଗଳପୁର ପୋଲିସ ସେଠାରେ ପହଁଚି ତାଲା ଫିଟାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ଚାଷୀ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ସମ୍ବନ୍ଧିତ ଖବର