ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରସ୍ଥିତ ମଙ୍ଗଳା ମନ୍ଦିର, ସ୍କୁଲ, ବ୍ୟାଙ୍କ୍ ପାଚେରି, ନଳକୂପ, ଲୋକଙ୍କ ମୁଖ୍ୟ କବାଟରେ ଗୁପ୍ତରୋଗର ଚିକିତ୍ସା ପୋଷ୍ଟର ଲଗାଯାଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଜଣାପଡିଛି ଯେ, ଆଜି ଭୋର୍ ସମୟରେ ଦୁଇ ଜଣ ଯୁବକ ହେଲମେଟ ପିନ୍ଧି ସହରର ବିଭିନ୍ନ ସ୍ଥାନରେ ଉକ୍ତ ପୋଷ୍ଟର ଲଗାଇଥିଲେ। ମଙ୍ଗଳା ମନ୍ଦିରର ବୋର୍ଡରେ ଏହି ପୋଷ୍ଟର ଲଗାଇଥିବା ବେଳେ ନିକଟରେ ଥିବା ଏକ ହୋଟେଲ ମାଲିକ ଓ କିଛି ମହିଳା ଏହାକୁ ବିରୋଧ କରିଥିଲେ। ପୋଷ୍ଟର ଲଗାଇଥିବା ଯୁବକଦ୍ବୟଙ୍କ ସହିତ ସେମାନଙ୍କର ପାଟିତୁଣ୍ଡ ହୋଇଥିଲେ। ସେମାନେ ଜଣେ ଡାକ୍ତରଙ୍କ ନିର୍ଦ୍ଦେଶରେ ଏହି ପୋଷ୍ଟର ଲଗାଉଥିବା ପ୍ରକାଶ କରିଥିଲେ। ଏପରି ପୋଷ୍ଟର ମାରିବା ଦ୍ଵାରା ବିଶେଷ କରି କମଳମତି ବାଳକ ବାଳିକାମାନଙ୍କ ଉପରେ କୁପ୍ରଭାବ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ଲୋକେ ଦାବି କରିଛନ୍ତି ।
ଗୁପ୍ତରୋଗ ଚିକିତ୍ସା ପୋଷ୍ଟର ଲଗାକୁ ନେଇ ଉତ୍ତେଜନା
/sambad/media/post_attachments/wp-content/uploads/2021/09/b4c8d834-3eb0-46e6-9f1c-7263476d8d00.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)