କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଓସିଏଲର ଲାଞ୍ଜିବେରେଣା ଡୋଲାମାଇଟ୍ ଖଣି ସମ୍ପ୍ରସାରଣକୁ ନେଇ ଆଜି ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରିଛନ୍ତି ଅଞ୍ଚଳର ଲୋକେ।ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ଜମ୍ପାଲି ଖେଳପଡ଼ିଆରେ ହେବାକୁ ଥିବା ଜନଶୁଣାଣି ସମୟରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀମାନେ ଖେ୍ଳପଡ଼ିଆ ଗେଟ ପାଖରେ ଜଗି ରହି ଜିଲ୍ଲା ପ୍ରଶାସନର କର୍ମକର୍ତ୍ତାଙ୍କୁ ଭିତରକୁ ଛାଡ଼ି ଦେଇ ନାହାଁନ୍ତି। ସକାଳ ୧୦ଟା ବେଳେ ଜନଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ସକାଳ ୭ଟା ସମୟରେ ହଜାର ହଜାର ଲୋକ ଜନଶୁଣାଣି ସ୍ଥଳରେ ରୁଣ୍ଡ ହୋଇ ଏହାର ବିରୋଧ କରିଛନ୍ତି। ଏହି ଖଣି ସମ୍ପ୍ରସାରଣ ହେଲେ ଆଦିବାସୀମାନଙ୍କ ଜମି ଓ ଜୀବିକା ଉଭୟ ଚାଲିିଯିବ ବୋଲି ଆଶଙ୍କା କରି ଅଞ୍ଚଳବାସୀ ଏହାର ବିରୋଧ କରୁଛନ୍ତି। ଏହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ସେଠାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ମୂତୟନ କରାଯାଇଛି।
କୁତ୍ରା: ଖଣି ସମ୍ପ୍ରସାରଣ ଜନଶୁଣାଣୀ ବେଳେ ଉତ୍ତେଜନା
/sambad/media/post_attachments/wp-content/uploads/2018/08/rajgangpur-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)