ଜୁଇରୁ ଡାକ୍ତରଖାନାକୁ ଫେରିଲା ଶବ: ବ୍ୟବଚ୍ଛେଦ ନ କରି ଶବ ହସ୍ତାନ୍ତରରୁ ଶ୍ମଶାନଘାଟରେ ଉତ୍ତେଜନା

ଆତ୍ମହତ୍ୟା ପୂର୍ବରୁ ଯୁବକଙ୍କ ଭିଡିଓ ଭାଇରାଲ୍‌

ରାଉର‌କେଲା: ଶବ ଶବ ବ୍ୟବଚ୍ଛେଦ ନ କରି ପୁଲିସ ପରିବାରକୁ ହସ୍ତାନ୍ତର କରିବାରୁ ବେଦବ୍ୟାସ ଶ୍ମଶାନ ଘାଟରେ ଉପୁଜିଥିଲା ଉତ୍ତେଜନା। ବିନା କଟାରେ କେମିତି ଶବ ବ୍ୟବଚ୍ଛେଦ କଲେ ବୋଲି ପରିବାର ଓ ସମ୍ପର୍କୀୟ ପୁଲିସକୁ ଗୋଡେଇ ‌ତୋଡେଇ ପଶ୍ନ କରିଥିଲେ। ଯାହାକୁ କେନ୍ଦ୍ରକରି ପୁଲିସ ଓ ପରିବାର ଲୋକଙ୍କ ମଧ୍ୟରେ ସୃଷ୍ଟି ‌ହୋଇଥିଲା ମୁହାଁମୁହିଁ ପରିସ୍ଥିତି। ପ୍ରାୟ ୩ ଘଣ୍ଟା ଧରି ବେଦବ୍ୟାସ ଘାଟରେ ପୁଲିସ ଓ ପରିବାର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବ୍ୟବଚ୍ଛେଦ କରା ନଯିବା ପର୍ଯ୍ୟନ୍ତ ଅନ୍ତେଷ୍ଟିକ୍ରିୟା କରାଯିବ ନାହିଁ ବୋଲି ପରିବାର ଲୋକ ଜିଦ୍‌ ଧରିଥିଲେ। ଶେଷରେ ପୁଲିସ ଅନ୍ତେଷ୍ଟିକ୍ରିୟା ପାଇଁ ଜୁଇରେ ଶୁଆ ଯାଇଥିବା ଶବକୁ ଉଠାଇ ବ୍ୟବଚ୍ଛେଦ କରିବାକୁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇବାକୁ ବାଧ୍ୟ ହେବାରୁ ପରିସ୍ଥିତି ଶାନ୍ତ ପଡିଥିଲା।

ଆସନ୍ତାକାଲି (ରବିବାର) ଶବ ବ୍ୟବଚ୍ଛେଦ ହେବା ପରେ ଅନ୍ତେଷ୍ଟିକ୍ରିୟା ହେବ ବୋଲି ଜଣାପଡିଛି। ଏଭଳି ତ୍ରୁଟିକୁ ନେଇ ପୁଲିସ ଡାକ୍ତରଙ୍କ ଉପରେ ଦୋଷ ଲଦୁଥିବାବେଳେ ଡାକ୍ତର ପୁଲିସର କାମ ବୋଲି କହୁଛନ୍ତି। ତେବେ ଯୁବକଙ୍କ ମୃତ୍ୟୁ ପୂର୍ବରୁ ଭାଇରାଲ ଭିଡିଓ ରେକଡିଂରୁ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବିବାଦ ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ମୃତଙ୍କ ଭାଇ ରାକେଶ ତାଙ୍କ ବିକାଶଙ୍କୁ ହତ୍ୟାକାରି ଟାଙ୍ଗି ଦିଆଯାଇଛି ବୋଲି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଜାଣିଶୁଣି ହତ୍ୟା ଘଟଣାକୁ ଚପାଇ ଦେବାକୁ ବ୍ୟବଚ୍ଛେଦ କରି ନଥିବା ପରିବାର ଲୋକଙ୍କ ହସ୍ତାନ୍ତର କରିଦେଇଛନ୍ତି ବୋଲି ଭାଇ ଅଭିଯୋଗ କରିଛନ୍ତି। ରାଉରକେଲା ଏସ୍‌ପି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତଙ୍କ ଭାଇ ରାକେଶ ଓ ତାଙ୍କ ପରିବାର ଦାବି କରିଛନ୍ତି।

ସେପଟେ ମୃତ ବିକାଶ ଆତ୍ମହତ୍ୟା ପୂର୍ବରୁ ମୋବାଇଲରେ ସୁଟିଂ କରିଥିବା ଭିଡିଓ ଭାଇରାଲରେ ତାଙ୍କୁ ତାଙ୍କ ପତ୍ନୀ, ଶାଶ ଓ ଶ୍ବଶୁର ବାରମ୍ବାର ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ତାଙ୍କୁ ଗୋପବନ୍ଧୁ ପାଣ୍ଡିକୁ ଡାକି ଜେରା କରାଯାଇଛି। ଫାଣ୍ଡିର ଡ୍ରାଇଭର ମାଡ ମାରିଥିବା ସେ କହିଛନ୍ତି। ତେବେ ଆତ୍ମହତ୍ୟା ପୂର୍ବରୁ ବିକାଶ କାହିଁକି ଏମିତି ଭିଡିଓ ଭାଇରାଲ୍‌ କଲେ ? ତାଙ୍କୁ ଫାଣ୍ଡି ନିର୍ଯ୍ୟାତନା ଦିଆଯାଇଥିଲା କି ? ସେ ଆତ୍ମହତ୍ୟା କରିଛନ୍ତି ନା ତାକୁ ହତ୍ୟା କରାଯାଇଛି ? ଏମିତି ଅନେକ ପ୍ରଶ୍ନ ଏବେ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ପାରିପାର୍ଶ୍ବିକ ସ୍ଥିତି, ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପ୍ଲାଣ୍ଟସାଇଟ୍‌ ପୁଲିସ ଘଟଣାର ତଦନ୍ତ ଚଳାଇଛି। ରେଳବାଇ କଲୋନି ବିବେକାନନ୍ଦ ପାଲିରେ ବିକାଶ ମୁଖୀ, ପତ୍ନୀ ସରିତା ଓ ତାଙ୍କ ଦୁଇ ପିଲା ରହନ୍ତି। ତାଙ୍କ ବାପା ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ର ମେଡିସିନ୍‌ ୱାର୍ଡରେ ଆଟେଣ୍ଡାଣ୍ଟ ଭାବେ କାମ କରନ୍ତି।

ଗତ କିଛି ଦିନ ହେବ ତାଙ୍କ ପିତାଙ୍କ ଦେହ ଖରାପ ଥିବାରୁ ଡ୍ୟୁଟି ଯାଉନଥିଲେ। ତାଙ୍କ ବଦଳରେ ବିକାଶ ଆର୍‌ଜିଏଚ୍‌ରେ ଡ୍ୟୁଟି କରୁଥିଲେ। ଗତକାଲି ରାତିରେ ଘରକୁ ଫେରିଥିଲେ। କୌଣସି କଥାକୁ କେନ୍ଦ୍ର କରି ଉଭୟ ପତ୍ନୀ ସରିତା ଓ ତାଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା। ପତ୍ନୀ ସରିତା ସ୍ବାମୀଙ୍କ ବିରୋଧରେ ଗୋପବନ୍ଧୁପାଲୀ ଫାଣ୍ଡିରେ ଲିଖିତ ଏତଲା ଦେ‌ଇଥିଲେ। ଏତଲା ଦେବାର କିଛି ସମୟ ପରେ ଫାଣ୍ଡି ଅଧିକାରୀ ବିକାଶଙ୍କୁ ଫାଣ୍ଡିକୁ ଡାକି ଘଟଣା ସଂକ୍ରାନ୍ତରେ ପଚରାଉଚୁରା କରିଥିଲେ। ଏହି ସମୟରେ କିଛି ନବୁଝି ଫାଣ୍ଡିର ଡ୍ରାଇଭର ବିକାଶକୁ ଚାପୁଡା ମାରିଥିଲେ। ପରେ ଘଟଣା ସମ୍ପର୍କରେ ବୁଝିବା ପରେ ବିକାଶକୁ ଫାଣ୍ଡିରୁ ଛାଡି ଦେଇଥିଲେ। ବିକାଶ ଘରକୁ ଫେରିବା ପରେ ଖାଇପିଇ ଶୋଇ ଯାଇଥିଲେ। ଭୋର ଶୋଇଥିବା ଘର ଫ୍ୟାନ୍‌ରେ ତାଙ୍କ ଶବ ଝୁଲୁଥିବା ଦେଖି ପତ୍ନୀ ଓ ପଡୋଶୀ ପ୍ଲାଣ୍ଟସାଇଟ୍‌ ଥାନାକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର