ରାଜରାସ୍ତାକୁ ଓହ୍ଲାଇଲା ଟେଣ୍ଟ ମାଲିକ ସଂଘ 

ଧର୍ମଗଡ଼: ଗତ ଦୁଇ ବର୍ଷ ହେଲା ଜୀବନଜୀବିକାକୁ ନେଇ ସଂଘର୍ଷ କରୁଥିବା ଟେଣ୍ଟ ମାଲିକମାନେ ଆଜି ରାଜରାସ୍ତାକୁ ଓହ୍ଲାଇ ୮ଦଫା ଦାବି ନେଇ ଉପ-ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ସରକାର ଏମାନଙ୍କ ଦାବି ଗ୍ରହଣ ନକରନ୍ତି ତାହେଲେ ଆଗାମୀ ଦିନରେ ଟେଣ୍ଟ ମାଲିକ ସଂଘ ନିଜ ପରିବାର ସମେତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି | ସୂଚନା ମୁତାବକ କରୋନା କଟକଣା ଯୋଗୁଁ ଦୀର୍ଘ ୨ବର୍ଷ ହେବ ରାଜ୍ୟ ସରକାରଙ୍କ କଟକଣା ଯୋଗୁଁ ବିବାହ ବ୍ରତ ଓ ସଭା ସମିତି ଚାଲିଛି | ଫଳରେ ବର୍ତ୍ତମାନ ଟେଣ୍ଟ ମାଲିକମାନଙ୍କର ଜୀବିକା ବନ୍ଦ ହୋଇଯାଇଛି । ଟେଣ୍ଟ ମାଲିକମାନେ ବ୍ୟାଙ୍କ ଋଣ କରି ଏହି ବ୍ୟବସାୟ କରୁଥିଲେ |

କିନ୍ତୁ କରୋନା କଟକଣା ଯୋଗୁଁ ବେପାର ବନ୍ଦ ହେବାରୁ ବ୍ୟାଙ୍କ ଋଣ ସୁଝିବା ସମେତ ନିଜ ପରିବାର ଚଲେଇବା କଷ୍ଟସାଧ୍ୟ ହୋଇପଡିଛି । ସରକାର ଅପେରା ଓ ଅନ୍ୟ କାର୍ଯ୍ୟକ୍ରମମାନଙ୍କରେ ୩ଶହ ଲୋକଙ୍କୁ ସାମିଲ ହେବା ପାଇଁ ଗତ କିଛିଦିନ ତଳେ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ବିବାହ, ବ୍ରତରେ କଣ ପାଇଁ ୩୦୦ଲୋକ ସାମିଲ ହୋଇ ପାରିବେ ନାହି ଟେଣ୍ଟ ମାଲିକମାନେ ପ୍ରଶ୍ନ କରିବା ସହିତ ୮ଦଫା ଦାବି ପତ୍ର ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

ଧର୍ମଗଡ ଉପଖଣ୍ଡ ଟେଣ୍ଟ ମାଲିକ ସଂଘ ସଭାପତି ପରମାନନ୍ଦ ପ୍ରଧାନ, ଉପସଭାପତି ଅନିରୁଦ୍ଧ ଲହଜଳ, ସଂପାଦକ ରାମଦାସ ମେହେର, ସହ ସଂପାଦକ ସଞ୍ଜୟ କୁମାର ଠାକୁର, ନିରଞ୍ଜନ ଚୌଧୁରୀ, ଓ ଉପ କୋଷାଧ୍ୟକ୍ଷ ଧନିଷ୍ଟ ଲହଜଳ ପ୍ରମୁଖଙ୍କ ସହ ସମସ୍ତ ଟେଣ୍ଟ ମାଲିକ ଓ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର