ଗାଧୋଇ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ

ବୌଦ୍ଧ: ବିଦ୍ୟୁତ ଆଘାତରେ ଛାତ୍ରର ମୃତ୍ୟୁ ହୋଇଛି। ଛାତ୍ର ଜଣକ ହେଲେ ବାମଣ୍ଡା ପଞ୍ଚୟତର ଯଟେସିଙ୍ଗା ଗାଁର ସିଦ୍ଧାନ୍ତ ପ୍ରଧାନ (୧୪)। ଦଶମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ ଆଜି ପୂର୍ବାହ୍ଣରେ ଗାଧୋଇ ଯାଇଥିବା ବେଳେ କୁଅଁରେ ଲାଗିଥିବା ମୋଟରର ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟଚିକିତ୍ସାଲୟକୁ ଆଣିଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସିଦ୍ଧାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବୌଦ୍ଧ ପୁଲିସ ଖବର ପାଇ ସିଦ୍ଧାନ୍ତର ମୃତଦେହକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର