ତେନ୍ତୁଳିଖୁଣ୍ଟି : ଇନ୍ଦ୍ରାବତୀ ଜଳଭଣ୍ଡାର ଅପର ପାର୍ଶ୍ୱରେ ରହୁଥିବା ଅଧିବାସୀଙ୍କ ନିମନ୍ତେ ବୋଟ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି। ସେଠାକାର ଅଧିବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସରକାର ଆମ୍ବୁଲାନ୍ସ ବୋଟର ସୁବିଧା କରିଛନ୍ତି। ମାତ୍ର ଆଜି ଜଳଭଣ୍ଡାର ମଧ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି।
ଏକ ଦେଶୀ ଡଙ୍ଗାରେ ଜଳଭଣ୍ଡାର ଅତିକ୍ରମ କରିବା ସମୟରେ ଜଣେ ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ସୂଚନା ଅନୁଯାୟୀ, ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପରପାର୍ଶ୍ୱରେ ଥିବା କଳାହାଣ୍ଡି ଜିଲ୍ଲା ଥୁଆମୂଳା ରାମପୁର ବ୍ଲକ ଏନ. ପଡ଼େପଦର ପଂଚାୟତ ଅନ୍ତର୍ଗତ ଲିଟିମସ୍କା ଗ୍ରାମର ଭାଗିରଥୀ ମାଝିଙ୍କ ପତ୍ନୀ ସରୋଜିନୀ ମାଝୀ ବସବାସ କରନ୍ତି। ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଜଳ ଭଣ୍ଡାର ମଧ୍ୟରେ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବୋଟ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।
/sambad/media/post_attachments/wp-content/uploads/2021/02/70fb2aeb-4034-44de-886a-0ff33c70f74e-768x518_2.jpg)
ତେବେ ବୋଟ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟି ହେତୁ ଆସି ପାରି ନଥିଲା। ଫଳରେ ମହିଳା ଜଣଙ୍କୁ ଏକ ଦେଶୀ ଡ଼ଙ୍ଗା ସାହାଯ୍ୟରେ ଜଳଭଣ୍ଡାର ପାର କରିବା ସମୟରେ ଡ଼ଙ୍ଗା ମଧ୍ୟରେ ପ୍ରସବ ହୋଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମହିଳା ଜଣଙ୍କ ଡଙ୍ଗାରେ ଜଣେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ବହୁ କଷ୍ଟରେ ଜଳ ଭଣ୍ଡାର ଅତିକ୍ରମ କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।
ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ୱରେ ରହୁଥିବା ଅନେକ ଗ୍ରାମର ଅଧିବାସୀ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ରୋଗୀ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ବୋଟ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ଗୁରତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/78e29c83-6463-4255-8ed6-e0db5efa6fdf.jpg)