ମାଓବାଦୀ ଲଗାଇ‌ଲେ ବ୍ୟାନର; ପୁଲିସ ଗାଡିରେ ନବସିବା ପାଇଁ ଆହ୍ବାନ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦେନ୍ତେଵାଡା ଜିଲ୍ଲାରେ ମାଓବାଦୀ ବିଭିନ୍ନ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ଲଗାଇଛନ୍ତି।ଏହି ବ୍ୟାନରରେ ମାଓବାଦୀ ବ୍ୟବସାୟୀ ମାନଙ୍କୁ ଗାଡିରେ ପଲ୍ଲୀ ବାରାସୁର ଅଂଚଳକୁ ଗାଡିରେ ନଯିବା ପାଇଁ ଦେଇଛନ୍ତି ଚେତାବନୀ। ଏହି ବ୍ୟାନର ପୁସପାଲ ଥାନା ଅନ୍ତର୍ଗତ ମେଲବାହୀ ଠାରେ ରାସ୍ତାର ମଝିରେ ମାରିଛନ୍ତି। ଏହି ଅଂଚଳରେ ପୁଲିସର ସୁରକ୍ଷାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହି ରାସ୍ତା ନିର୍ମାଣ ହେଲା ଦନ୍ତେଵାଡା ଠାରୁ ରାଜନନ୍ଦଗାଓଁକୁ ରାସ୍ତା କମ୍ ପଡିବ ବୋଲି କୁହାଯାଇଛି।

ତେବେ ଏହି ରାସ୍ତା କାମକୁ ନକ୍ସଲ ବିରୋଧ କରିଆସୁଛନ୍ତି। ପୁଲିସ ଗାଡିରେ କେହି ମଧ୍ୟ ସାଧାରଣ ନାଗରିକ ବସନ୍ତୁ ନାହିଁ ବୋଲି ନକ୍ସଲ ନିବେଦନ କରିଛନ୍ତି। କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନା ରହିଛି। ତେଣୁ ସମସ୍ତେ ସତର୍କ ରୁହନ୍ତୁ। ତେବେ ଏହି ବ୍ୟାନର ମରାଯିବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ଲୋକେ ପଲ୍ଲୀବାରାସୁର ଅଂଚଳକୁ ଆଉ ଗାଡିରେ ଯିବେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର