ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ପାମେଲ ଠାରେ ଗତ ୧୯ ତାରିଖରେ ପୁଲିସ ପକ୍ଷରୁ ଆକାଶ ମାର୍ଗରୁ ବୋମା ବର୍ଷଣ କରାଯାଇଥିବା ନେଇ ବୁଧବାର ମାଓ ସଂଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିଲା। ତେବେ ଏହାକୁ ବସ୍ତର ଆଇଜି ସୁନ୍ଦରରାଜ ପି ଦୃଢ ଭାବେ ଖଣ୍ଡନ କରିଥିଲେ। ସେ ମାଓ ସଂଗଠନ ହଡବଡେଇ ଯାଇଥିବା କହିବା ସହ ଲୋକଙ୍କୁ ଭୁତାଇବା ପାଇଁ ଏଭଳି ଅପପ୍ରଚାର କରୁଥିବା କହିଥିଲେ। ତେବେ ଆଜି ପୁଣି ଦକ୍ଷିଣ ସବ ଜୋନାଲ କମିଟି ତରଫରୁ ଇଂରାଜୀରେ ପ୍ରେସ ବିଜ୍ଞପ୍ତି ଜାରି କରିବା ସହ ଏକ ଅଡିଓ ଟେପ ମଧ୍ୟ ଜାରି କରିଛନ୍ତି। ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ବୁଧବାର ଆଇଜି ଯେଉଁ ବୟାନ ଦେଲେ ତାହା ଭିତ୍ତିହୀନ। ଯଦି ଏହାର ପ୍ରମାଣ ଜାଣିବାକୁ ଚାହୁଁଛନ୍ତି ତେବେ ମଧ୍ୟସ୍ଥିଙ୍କୁ ଏଠାକୁ ପଠାଅ।
Sambadସବୁ କ୍ଷୀର ଏବଂ ପାଣି ଅଲଗା କରିଦେବୁ। ଏହି ପ୍ରେସ ନୋଟ ସହ ଆମେ ପ୍ରମାଣ ସ୍ବରୂପ ଦୁଇଟି ଡ୍ରୋନର ଫଟୋକୁ ପଠାଉଛୁ। ଯାହାକୁ ଆମ ପିଏଲଜିଏ ତରଫରୁ ଗୁଳିକରି ଆକାଶ ମାର୍ଗରୁ ଖସାଇଥିଲା। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଏଭଳି ଘଟଣା ଘଟାଇଛନ୍ତି।ଯାହା ନିନ୍ଦନୀୟ ଏବଂ ଆତଙ୍କବାଦି କାର୍ଯ୍ୟକଳାପକୁ ଦର୍ଶାଉଛି ବୋଲି କହିଛନ୍ତି। ତେବେ ଏନେଇ ପୁଲିସ ତରଫରୁ କୌଣସି ବୟାନ ଜାରି କରାଯାଇ ନାହିଁ। ତେବେ ମାଓ ସଂଗଠନ ପକ୍ଷରୁ ସମସ୍ତ ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କୁ ଘଟଣାସ୍ଥଳକୁ ଆସିବାକୁ ଆହ୍ବାନ କରାଯାଇଛି। ଯାହାଦ୍ବାରା ଲୋକେ ପୁଲିସର କାର୍ଯ୍ୟକଳାପ ବିଷୟରେ ଜାଣିପାରିବେ ବୋଲି ନକ୍ସଲ ସଂଗଠନ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Mkg-Drone-of-police-2.jpg)