ଜୟପୁର: ଜୟପୁର ବିମାନବନ୍ଦରରେ ଆସନ୍ତାକାଲି ବୁଧବାର ପରୀକ୍ଷାମୂଳକ ଭାବେ ବିମାନ ଉଡ଼ାଣ ହେବ ବୋଲି ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ କହିଛନ୍ତି। ଆସନ୍ତାକାଲି ସକାଳ ୧୦ଟାରେ ବିମାନଟି ଭୁବନେଶ୍ବରରୁ ଜୟପୁର ବିମାନବନ୍ଦରକୁ ଆସି ଅବତରଣ କରିବ। ଏବଂ ଏଠାରୁ ପୁଣି ବିମାନଟି ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ପରୀକ୍ଷାମୂଳକ ଭାବେ ୯ସିଟର ବିମାନ ଆସିବାର କାର୍ଯ୍ୟକ୍ରମ ରହିଛି। ଯେ ହେତୁ ଡିଜିସିଏ୍ ଟିମ୍ ଏଠାକୁ ଗତ ଅଗଷ୍ଠ ୨୧ଓ୨୨ତାରିଖ ଦିନ ଆସି ତଦାରଖ କରି ୬୫ଟି ଆବଶ୍ୟକତା ଓ ସମସ୍ୟାର ସମାଧାନ କରି ଦେବାକୁ କହିଥିଲେ। ତାହା ପୁରଣ କରିବା ପରେ ହିଁ ଏଠାରୁ ବିମାନ ଉଡ଼ାଇବା ପାଇଁ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ମିଳି ପାରିବ। ଲାଇସେନ୍ସ ମିଳିବା ପରେ ହିଁ ଏଠାରୁ ବିମାନ ଉଡ଼ିବାର ସମ୍ଭାବନା ରହିଛି।
ତେବେ ଏଠାରୁ ବିମାନ ଉଡ଼ାଇବା ପାଇଁ ୱାନ ଇଣ୍ଡିଆ ଏୟାର ନାମକ କଂପାନି ବିଡ଼ ପାଇ ସାରିଛି। ଏବଂ ଜୟପୁର ବିମାନ ବନ୍ଦର ପରିସରରେ ନିଜର କାର୍ଯ୍ୟାଳୟ ବି ଖୋଲିଛି। ସଂପ୍ରତି ବର୍ଷା ମାସ ଏବଂ ବର୍ଷା ଜାରୀ ରହିଥିବାରୁ ବିମାନବନ୍ଦରର କାମ ଗୁଡିକ କରିବାରେ ଏହା ବାଧକ ସାଜିଛି। ତେବେ ଏହି ୬୫ଟି ଆବଶ୍ୟକତା ପୁରଣ କରିବା ପରେ ପୁଣି ଡିଜିସିଏ ଟିମ୍ ଗସ୍ତ କରି ତନ୍ନ ତନ୍ନ କରି ପୁଣି ଯାଂଚ କରିବା ପରେ ହିଁ ଲାଇସେନ୍ସ ମିଳିବ। ସେତେଦିନ ପର୍ଯ୍ୟନ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଆପେକ୍ଷା କରି ରହିବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/098cb90a-d0e0-4d5e-a434-9964981eb55e.jpg)