ଚଣ୍ଡିଖୋଲ: ବୈରୀ ବନାଞ୍ଚଳ ଅଧୀନ ସମିଆଁ ପଞ୍ଚାୟତ ସାତଲଣ୍ଡା ପାହାଡ଼ ନିକଟରେ ଏକ ଛୁଆହାତୀର ମୃତ୍ୟୁ ଘଟିଛି। ଏହି ପାହାଡ଼ ନିକଟରେ ଦୁଇ ବଡ଼ହାତୀଙ୍କ ମଧ୍ୟରେ ଠେଲାପେଲା ହେବାରୁ ସେଠାରେ ଛୁଆହାତୀଟି ଫସି ଯାଇଥିଲା। ଫଳରେ ଚାପି ହୋଇ ତାର ସେଠାରେ ମୃତ୍ୟୁ ଘଟିଥିଲା।
ଖବର ପାଇ ବିଭାଗୀୟ କର୍ମଚାରୀମାନେ ସେଠାରେ ପହଞ୍ଚି ଛୁଆହାତୀର ଶବକୁ ସେଠାରେ ଗାତ ଖୋଳି ପୋତି ଦେଇଛନ୍ତି। ଏ ସମ୍ପର୍କରେ ବୈରୀ ବନାଞ୍ଚଳ ଅଧିକାରୀ ଅଭିରାମ ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଦୁଇ ହାତୀଙ୍କ ମାଡ଼ଗୋଳରେ ଛୁଆହାତୀର ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/8-4.jpg)