ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ହତ୍ୟାକାଣ୍ଡ ମାମଲାକୁ ନେଇ ପୁଣି ଚର୍ଚ୍ଚା ପରିସରକୁ ଆସିଛି। ଗତ ବର୍ଷ ଜାମଣ୍ଡୋଲ ଗଁାରେ ୪ ଜଣଙ୍କ ଗଣହତ୍ୟା ହୋଇଥିଲା। କିଛି ମାସ ତଳେ ଆଖିଫୁଟା ଗଁାରେ ସ୍ବାମୀ ଓ ଦୁଇ ଜଣ ସ୍ତ୍ରୀଙ୍କୁ ବୀବତ୍ସ ଭାବେ ହତ୍ୟା କରାଯାଇଥିଲା। ଉଭୟ ଘଟଣାରେ ଶବଗୁଡ଼ିକ ବନ୍ଦ କୋଠରୀରୁ ଜବତ କରାଯାଇଥିଲା। ସମାନ ଘଟଣା ଦେଖିବାକୁ ମିଳିଛି ସେହି ଭେଡ଼େନ ବ୍ଲକ୍‌ ତାଳମେଣ୍ଡା ପଂଚାୟତ ସାନପିପିଲିପାଲି ଗଁାରେ। ଉକ୍ତ ଗଁାର ପଣ୍ଟୁ ପ୍ରଧାନ (୪୦)ଙ୍କ ରକ୍ତାକ୍ତ ଶବ ଘର ଭିତରୁ ଠାବ ହୋଇଛି।

Advertisment

ଏନେଇ ମୃତ ମଣ୍ଟୁଙ୍କ ସାନଭାଇ ରବି ଗ୍ରାମବାସୀଙ୍କୁ ଜଣାଇଲା ପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ତେବେ ଶନିବାର ବିଳମ୍ବିତ ସଂଧ୍ୟାରେ ଏହି ଘଟଣା ଜଣାପଡ଼ିଥିବାରୁ ସାଇଣ୍ଟିଫିକ୍ ଟିମ୍ କିମ୍ବା ସ୍ଥାନୀୟ ପୁଲିସ୍‌ର ତଦନ୍ତ ଆଗେଇ ନାହିଁ। ତେବେ ମୃତକ ଜଣକ ପରିଚୟ ସଂପର୍କରେ ଭେଡ଼େନ ଥାନାଧିକାରୀ ପ୍ରେମଜିତ୍‌ ଦାଶ ସ୍ପଷ୍ଟ ସୂଚନା ଦେବା ସହ ରବିବାର ସକାଳୁ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଡି କହିଥିଲେ। ରବିବାର ସକାଳୁ ସାଇଣ୍ଟିଫିକ୍ ଟିମ୍‌ ଓ ପୁଲିସ୍‌ର ମିଳିତ ତଦନ୍ତ ପରେ ଏହି ମାମଲା ଉପରୁ କିଛି ମାତ୍ରାରେ ରହସ୍ୟର ପର୍ଦ୍ଦାଫାସ ହେବ ବୋଲି ଅନୁମାନ କରାଯାଇଛି।
ସୂଚନାଅନୁସାରେ ମଣ୍ଟୁଙ୍କ ପରିବାରରେ ତାଙ୍କ ସ୍ତ୍ରୀ ପିଙ୍କି ପଧାନ, ଚାରି ବର୍ଷର ଶିଶୁ ଓ ସାନ ଭାଇ ରବି ରହୁଥିଲେ। ପରିବାରରେ ସବୁବେଳେ ଝଗଡ଼ା ହେଉଥିବାରୁ ମଣ୍ଟୁଙ୍କ ପତ୍ନୀ ଓ ଛୁଆ ଦୀର୍ଘ ମାସ ହେବ ତାଙ୍କର ମା' ଘରେ ରହୁଥିଲେ। ଏବେ କେବଳ ଦୁଇ ଭାଇ ମଣ୍ଟୁ ଓ ରବି ଘରେ ରହୁଥିଲେ।