ଦାନଗଦୀ: ଯାଜପୁରରୋଡ ଥାନା ଅନ୍ତର୍ଗତ ଦାନଗଦୀ ମିଲିଟାରି ଛକ ନିକଟସ୍ଥ ଏକ ହୋଟେଲ ନିକଟରୁ ଗୋଟିଏ କାର୍ ଭିତରୁ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ କାର୍ ଚାଳକ ଭଦ୍ରକ ଜିଲ୍ଲା ଧାମନଗର ଥାନା ଗୋପାଳପୁର ଗ୍ରାମର କାର୍ତ୍ତିକ ନାୟକ (୩୮)। କାର୍ତ୍ତିକ ଗତ ଏକମାସ ହେଲା ଯାଜପୁରରୋଡ ଅଞ୍ଚଳରେ ରହି ଏକ ଟ୍ରାଭେଲ୍ ଏଜେନ୍ସିର ଗାଡ଼ି ଚଳାଉଥିଲେ। ମଙ୍ଗଳବାର ରାତିରେ ଗାଡ଼ି ମାଲିକଙ୍କ ଫୋନ୍ ରିସିଭ୍ କରିନଥିଲେ।
ମାଲିକଙ୍କର ସନ୍ଦେହ ହେବାରୁ ସେ ଯାଜପୁରରୋଡ ଥାନାରେ ଜଣାଇଥିଲେ। ପୁଲିସ ଖୋଜାଖୋଜି କରି ଆଜି ଭୋର ସମୟରେ ମିଲିଟାରି ଛକ ନିକଟସ୍ଥ ଏହି ହୋଟେଲ ନିକଟରୁ ଉକ୍ତ ଗାଡ଼ିକୁ ଠାବ କରିଥିଲେ। କାର୍ ଭିତରେ ପଡ଼ିଥିବା ଚାଳକଙ୍କୁ ଉଦ୍ଧାର କରି ଦାନଗଦୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/22.jpg)